
୧୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଗୋପ ବ୍ଲକ :- ଗୋପସ୍ତିତ ମାଟିଆଖତ ନିକଟସ୍ଥ ମୁକ୍ତି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ବିଶ୍ବ ନର୍ସ ଦିବସ ଗତ କାଲି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଇଟୋଣ୍ଟି ଫୋରର ଅଧ୍ୟକ୍ଷ ରାଜେଶ କୁମାର ମିଶ୍ର ବିକାଶ ଅନୁଷ୍ଠାନର ପ୍ରତିଷ୍ଠାତା ଅଶୋକ କୁମାର ନନ୍ଦ ମୁଖ୍ୟ ବକ୍ତା ଗୋପବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ , ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ, ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ରୋଗୀ ସେବା କ୍ଷେତ୍ର ରେ ନର୍ସ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ନିଜର ସେବା ମାନେ କରି ହସ୍ପିଟାଲ୍ ମାନଙ୍କରେ ରୋଗୀ ସେବା କରିବାକୁ ଆହ୍ବାନ ଦେଇଥିଲେ । ମହିୟସୀ ସାମାଜିକ କର୍ମୀ ଫୋରେନ୍ସ ନାଇଟଙ୍ଗଲ ଆଧୁନିକ ନର୍ସିଂ ଆରମ୍ଭ କରିଥିଲେ । ତେଣୁ ତାଙ୍କ ଜନ୍ମ ଦିନକୁ ୧୯୬୫ମସିହା ଠାରୁ ଆନ୍ତର୍ଜାତୀୟ ନର୍ସ ଦିବସ ରୂପେ ପାଳନ କରାଯାଉଛି । ଏହି କାର୍ଯ୍ଯ କର୍ମକୁ ମୁକ୍ତି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଗଣେଶ ଚନ୍ଦ୍ର ଦାସ, ଆଇଟିଆର ମୁଖ୍ୟ ପ୍ରମୋଦ କୁମାର ଦାସ, ଦିବାକର ବେହେରା ଙ୍କ ସମେତ ସ୍ନିଗ୍ଧ । ସୁଚରିତା ପାତ୍ର,ଗୀତାଞ୍ଜଳି କାଣ୍ଡି , ରଶ୍ମି ରେଖା ବେହେରା, ଦୀପକ କୁମାର ରାଉତ, ବର୍ଷା ପ୍ରିଦର୍ଶିନୀ ପଣ୍ଡା ପ୍ରମୁଖ କର୍ମଚାୀମାନେ ପ୍ରଚଳିତ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠାନ ର ନର୍ସ ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସା଼ଂସ୍କୃତିକ କାର୍ଯ୍ଯକର୍ମ ମାନ ଆୟୋଜନ କରାଯାଇଥିଲା । ଛାତ୍ରୀ ମାନେ କ୍ୟାଣ୍ଡଲେ ଜଳାଇ ଶପଥ ନେଇଥିଲେ । କର୍ମଚାରୀ ମାନେ ପରିଚାଳନା କରିଥିଲେ.

