ମୋହନା ଉନ୍ନୟନ ପରିଷଦ ପକ୍ଷରୁ ୫- ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ

୧୨ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-  ମୋହନା ଉନ୍ନୟନ ପରିଷଦ ପକ୍ଷରୁ ୫- ଟି ସଚିବ ଭି. କେ. ପାଣ୍ଡିଆନଙ୍କୁ ୨୩ ଦଫା ଦାବି ସମ୍ବଳିତ ଏକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ମୋହନାକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ପ୍ରଦାନ , ବିଜ୍ଞାପିତ ଅଞ୍ଚଳ ଘୋଷଣା, ସ୍ଥାୟୀ ସବରେଜିଷ୍ଟର କାର୍ଯ୍ୟାଳୟ , ଟ୍ରେଜେରୀ ଅଫିସ ସ୍ଥାପନ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସବ୍ ଡିଭିଜିନାଲ ହସ୍ପିଟାଲରେ ରୂପାନ୍ତରଣ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯୁକ୍ତ ଦୁଇ ଉଚ୍ଚମାଧମିକ ବିଦ୍ୟାଳୟରେ ରୂପାନ୍ତରଣ, ବାଳକ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଉର୍ଚବିଦ୍ୟାଳୟର ମାନ୍ୟତା , ଥାନାକୁ ଉପଖଣ୍ଡସ୍ତରୀୟ ଥାନା ଭାବେ ଘୋଷଣା, ଅତିରିକ୍ତ ଜିଲ୍ଲା ଜଜକୋର୍ଟ ସ୍ଥାପନ, ଶବ ବ୍ୟବଛେଦ କେନ୍ଦ୍ର ସ୍ଥାପନ, ହିଲ୍ଟପ୍ କଲେଜ ଠାରୁ ଏମ୍କେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା କାମ , ମୋହନା ଅବସର ବିନୋଦନ କେନ୍ଦ୍ର ସ୍ଥାପନ,

ବସଷ୍ଟାଣ୍ଡ ପ୍ରଶସ୍ତୀକରଣ, ଶିଶୁ ଉଦ୍ୟାନ ସୌନ୍ଦର୍ଯ୍ୟୀକରଣ , ଶ୍ରମ କାର୍ଯ୍ୟାଳୟ ସ୍ଥାପନ, ୪ଗୋଟି ବିଶ୍ରମ ଗୃହ ନିର୍ମାଣ, ଆହର କେନ୍ଦ୍ର ସ୍ଥାପନ, ଉପଖଣ୍ଡସ୍ତରୀୟ ଷ୍ଟାଡିୟମ୍ ପ୍ରତିଷ୍ଟା, ନଦୀବନ୍ଧ ମଜବୁତ୍ କରିବା, ସବ୍ ପୋଷ୍ଟଅଫିସ ଗୃହ ନିର୍ମାଣ, ମନ୍ଦିର ଓ ଚଚ୍ଚଗୁଡିକର ଉନ୍ନତୀକରଣ, ୧୦୦ ଗୃହ ବିଶିଷ୍ଟ ମାର୍କେଟ୍ କଂପ୍ଲେକ୍ସ ସ୍ଥାପନ, ସଂସ୍କୃତି ଭବନ ଓ ଟାଉନ୍ ହଲ୍ ନିର୍ମାଣ, ଉପଖଣ୍ଡସ୍ତରୀୟ ବିଦ୍ୟୁତ କାର୍ଯ୍ୟାଳୟ ସ୍ଥାପନ, ଉପଖଣ୍ଡସ୍ତରୀୟ ପ୍ରାଣୀଚିକିତ୍ସାଳୟ ଘୋଷଣା, ହିଲ୍ଟପ ମହାବିଦ୍ୟାଳୟର ପାଚେରି ନିର୍ମାଣ, ମୋହନା ଠାରୁ ଭଂଜନଗର ,ଫୁଲବାଣୀ, ଝାରସୁଗୁଡା, ବଲାଙ୍ଗିର , ବିଶାଖାପାଟଣା ଓ ରାଉରକେଲାକୁ ବସ୍ ଚଳାଚଳ, ଏମ୍ଜେସିଜି ଦୃଷ୍ଟିହିନ ଓ ବଧିର ବିଦ୍ୟାଳୟ ସୌନ୍ଦର୍ଯ୍ୟୀକରଣ, କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଆଦି ଦାବି ରହିଛି । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଦାବିଗୁଡିକ ପୂରଣ ନ କଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପରିଷଦର ସଦସ୍ୟମାନେ ପ୍ରକାଶ କରିଛନ୍ତି ।

Exit mobile version