Home ଓଡ଼ିଶା ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ହେବା ଚର୍ଚ୍ଚା ଜୋର ଧରିଛି : ବିଳମ୍ବ ହୋଇପାରେ ମନ୍ତ୍ରୀଙ୍କ ଶପଥ ଉତ୍ସବ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗତକାଲି ମେ’ ୧୧ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଛୁଟିରେ ନିଜ ରାଜ୍ୟ ହରିୟାଣା ଯାଇଥିବାରୁ ନୂଆ ମନ୍ତ୍ରୀଙ୍କ ଶପଥ ସମାରୋହରେ ବିଳମ୍ବ ହୋଇପାରେ ବୋଲି ଜଣାପଡ଼ିଛି । ୧୨ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ହେବା ଚର୍ଚ୍ଚା ଜୋର ଧରିଛି । ବାଚସ୍ପତି ଓ ୨ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ପରେ ବଦଳିବ ମନ୍ତ୍ରୀମଣ୍ଡଳ । ଶାସକ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଅଛନ୍ତି ଏବଂ ସେ ଆସନ୍ତାକାଲି ଭୁବନେଶ୍ୱର ଫେରିବେ । ଏହାପରେ ନୂତନ ମନ୍ତ୍ରୀମଣ୍ଡଳ ଅଦଳବଦଳ, ସମ୍ପ୍ରସାରଣ ସାଙ୍ଗକୁ ନୂଆ ବାଚସ୍ପତି ପଦରେ ନିଯୁକ୍ତି ନେଇ ଆଲୋଚନା ହେବ । ଏହାପରେ ନୂଆ ମନ୍ତ୍ରୀମଣ୍ଡଳର ରୂପରେଖ ସାମ୍ନାକୁ ଆସିବ ଏବଂ ନୂଆ ବାଚସ୍ପତି କିଏ ହେବ ତାହା ଜଣାପଡ଼ିବ । ଏଠାରେ ସୂଚନା ଯୋଗ୍ୟ ଯେ ୨ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀ କରି ନିଜର ଇସ୍ତଫା ଦେବା ଘୋଷଣା କରିଥିଲେ । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି । ଉପବାଚସ୍ପତିଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛି ବୋଲି ଶ୍ରୀ ଆରୁଖ ପ୍ରକାଶ କରିଥିଲେ । ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସମ୍ପ୍ରସାରଣ ନେଇ ସ୍ପଷ୍ଟ ହୋଇଯାଇଥିବାବେଳେ ନୂତନ ବାଚସ୍ପତି ମଧ୍ୟ ନିଯୁକ୍ତି କରାଯିବ ବୋଲି ଜଣାପଡ଼ିଛି ।ଇସ୍ତଫା ଦେବା ପରେ ଶ୍ରୀକାନ୍ତ ସାହୁ କହିଛନ୍ତି ଯେ ନିର୍ବାଚନ ବର୍ଷେରୁ କମ ସମୟ ରହିଛି । ଦଳର ସାଂଗଠନିକ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି । ସେହିପରି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଜିଲା ପରିଷଦ ଉପନିର୍ବାଚନ ହାରିବା ସହିତ ମୋ ଇସ୍ତଫାର କୌଣସି ସମ୍ପର୍କ ନାହିଁ । ସାଂଗଠନିକ ଆବଶ୍ୟକତା ପାଇଁ ଇସ୍ତଫା ଦେଇଛି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଁ ଇସ୍ତଫା ଦେଇଛି ।ନିଜକୁ ସଂଗଠନ କାମରେ ବିନିଯୋଗ କରିବା ପାଇଁ ବିଚାର କଲି । ଆଉ ଇସ୍ତଫା ଦେଲି ବୋଲି ଶ୍ରୀ ଦାଶ କହିଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳରୁ ଦୁଇଜଣ ବିବାଦୀୟ ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିବା ଓ ଦିନେ-ଦୁଇଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗତକାଲି ଅର୍ଥାତ୍ ମେ’ ୧୧ତାରିଖରୁ ୨୨ତାରିଖ ପର୍ଯ୍ୟଛୁଟିରେ ନିଜ ଗୃହ ରାଜ୍ୟ ହରିୟାଣା ଯାଇଥିବାରୁ ନୂଆ ମନ୍ତ୍ରୀଙ୍କ ଶପଥ ସମାରୋହରେ ବିଳମ୍ବ ହୋଇପାରେ ବୋଲି ଜଣାପଡ଼ିଛି । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026