Home ଓଡ଼ିଶା ଦଶପଲ୍ଲା ବିଧାୟକ,ବ୍ଲକ୍ ଅଧ୍ୟକ୍ଷା ଏବଂ ସରପଞ୍ଚ ଙ୍କୁ କୃତଜ୍ଞତା ଜଣାଇଲେ ଡ଼ମସାହି ବାସିନ୍ଦା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ପାରାଢିପି ପଞ୍ଚାୟତ ଅଧିନରେ ଥିବା ଥୁଆବାରି ଗ୍ରାମର ଡମସାହି ଲୋକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଦୀର୍ଘ ୨ ମାସରୁ ଅଧିକ ହେବ ଗ୍ରାମରକିଛି ହିତାଧିକାରୀ ଙ୍କ ବିଦୂତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା । ଗ୍ରୀଷ୍ମ ପ୍ରଭାବ ବଢିବା ସହିତ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଏ ସମୟରେ ବିଦୂତ ସଂଯୋଗ ନଥିବାରୁ ଡମସାହିର ବାସିନ୍ଦା ଅସହ୍ୟ ଗରମ ସହି ନ ପାରି ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ । ପାରାଢିପ ସରପଞ୍ଚ ବିଭୁତି ଭୁଷଣ ପ୍ରଧାନ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ବ୍ଲକ ଅଧକ୍ଷ୍ୟାଙ୍କୁ ଏ ବିଷୟରେ ଜଣାଇଥିଲେ । ବିଦୂତବିଭାଗ ଅଫିସ ମଧ୍ୟରେ ଏହି ସମସ୍ଯା କୁ ନେଇ ଆଲୋଚନା ହେବାପରେ ତୁରନ୍ତ ସମସ୍ୟାର ସମାଧାନ କରାଯାଇଥିଲା । ଦଶପଲ୍ଲା ବିଧାୟକ,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସ୍ଥାନୀୟ ସରପଞ୍ଚ ଙ୍କ ପ୍ରଚେଷ୍ଟା ଯୋଗୁଁ ଥୁଆବାରି ଡମସାହିରେ ବିଦୂତ ସଂଯୋଗ ହେବା ପରେ ଡ଼ମସାହି ଆଲୋକିତ ହୋଇଥିଲା । ବିଦ୍ୟୁତ୍ ସମସ୍ୟା ଦୂରୀଭୂତ ହୋଇଥିବାରୁ ଥୁଆବାରି ଡମସାହିର ଲୋକମାନେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଏବଂ ପାରାଢିପି ପଞ୍ଚାୟତ ସରପଞ୍ଚ ବିଭୁତି ଭୂଷଣ ପ୍ରଧାନ ଙ୍କୁ କୃତଜ୍ଞତା ଜଣାଇଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ by Proprietor Abhimanyu Maharana October 17, 2026 Bhubaneswar hosts Swachhata Utsaba in Grandeur by Proprietor Abhimanyu Maharana October 17, 2026 TPSODL Flags Off Solar Rath in Koraput by Proprietor Abhimanyu Maharana October 17, 2026 ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦଯାପନୀ ଉତ୍ସବ by Proprietor Abhimanyu Maharana October 17, 2026 ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ by Proprietor Abhimanyu Maharana October 17, 2026 ସମର କ୍ରାନ୍ତି ସେନା ପକ୍ଷରୁ ବିଶ୍ବ ଛାତ୍ରଛାତ୍ରୀ ଦିବସ ପାଳିତ by Proprietor Abhimanyu Maharana October 17, 2026