ପାରାଦୀପ ବନ୍ଦର କର୍ତୃପକ୍ଷଙ୍କଠାରୁ ଓଏସ୍‌ଏଲ ହାସଲ କଲା “ବର୍ଷ ୨୦୨୨-୨୩ର ଶ୍ରେଷ୍ଠ ଷ୍ଟିଭେଡୋର୍ସ’ ପୁରସ୍କାର

୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଗୌରବ ଓ ପ୍ରଦର୍ଶନ ମୁକୁଟରେ ଆଉ ଏକ ପର ଯୋଡ଼ି ସର୍ବାଧିକ ପଣ୍ୟ ପରିବହନ କରିଥିବାରୁ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)କୁ ପାରାଦୀପ ବନ୍ଦର କର୍ତୃପକ୍ଷ (ପିପିଏ) ସମ୍ମାନଜନକ “୨୦୨୨-୨୩ ବର୍ଷର ଶ୍ରେଷ୍ଠ ଷ୍ଟିଭେଡୋର୍ସ’ ପୁରସ୍କାର ପ୍ରଦାନ କରିଛନ୍ତି । ଏକ ଭବ୍ୟ ସମାରୋହରେ ପିପିଏର ଅଧ୍ୟକ୍ଷ ଶ୍ରୀ ପି ଏଲ୍ ହରାନନ୍ଦଙ୍କଠାରୁ ଓଏସ୍‌ଏଲ୍‌ର ମହାପ୍ରବନ୍ଧକ (ବାଣିଜ୍ୟିକ) ଶ୍ରୀ ହରିହର ଦାଶ ଓ ମହାପ୍ରବନ୍ଧକ(ପରିଚାଳନା) ଶ୍ରୀ ସୁବାସ ଆଚାର୍ଯ୍ୟ ଏହି ସମ୍ମାନଜନକ ପୁରସ୍କାର ଓ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି ।

ଏହି ପୁରସ୍କାରକୁ ନେଇ ଅତ୍ୟନ୍ତ ଉଲ୍ଲସିତ ଥିବା ଓଏସ୍‌ଏଲ୍ ଗ୍ରୁପ୍ ପକ୍ଷରୁ କୁହାଯାଇଛି ଯେ, “ଚମତ୍କାର ସଫଳତା ଏବଂ ଉଲ୍ଲେଖନୀୟ ଦଳଗତ କାର୍ଯ୍ୟ ପାଇଁ ଆମେ ଟିମ୍ ପାରାଦୀପକୁ ଧନ୍ୟବାଦ ଜଣାଉଛୁ । ନିଜର କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ବଳରେ ଆମ ଟିମ୍‌ର ଆହୁରି ଉଚ୍ଚ ସୋପାନ ସଫଳତା ଆମେ କାମନା କରୁଛୁ ।’’ ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଫଳତାର ସହ ବିବିଧ ଲଜିଷ୍ଟିକ୍ସରେ ବିବିଧତା ଆଣିଥିବାରୁ ୨୦୨୨ ଫେବ୍ରୁଆରି ୨୪ରେ କୋଲକାତାରେ ଏକ୍‌ଜିମ୍‌ ଇଣ୍ଡିଆ ସିପିଙ୍ଗ ଟାଇମ୍‌ସ ପକ୍ଷରୁ ଆୟୋଜିତ ଇଷ୍ଟ କୋଷ୍ଟ ମାରିଟାଇମ୍‌ ଫୋରମ୍ ୨୦୨୨ର ସପ୍ତମ ସଂସ୍କରଣ ତରଫରୁ ଓଏସ୍‌ଏଲ୍ ଗ୍ରୁପ୍ “ବର୍ଷର ଶ୍ରେଷ୍ଠ ଲଜିଷ୍ଟିକ୍ସ’ କଂପାନି ପୁରସ୍କାର ହାସଲ କରିଥିଲା ।

Exit mobile version