Home ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି – ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେଇ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସାରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେଇ ା ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଘଡେଇ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଧାର୍ଯ୍ୟ ସମୟସୀମା ମଧ୍ୟରେ ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ୱ । ବିଭାଗୀୟ ଯନ୍ତ୍ରୀମାନେ ଏଥିପାଇଁ ଉତ୍ତରଦାୟୀ ରହିବା ନିହାତି ଆବଶ୍ୟକ । ଯେଉଁ ଠିକାଦାର ଅଥବା ଠିକା ସଂସ୍ଥା ପ୍ରକଳ୍ପ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାରେ ଅହେତୁକ ବିଳମ୍ବ କରୁଛନ୍ତି ବା ମାନ ଅନୁସାରେ କାମ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ରାଜିନାମା ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ସତର୍କ କରାଇଦେଇଛନ୍ତି ।ବିଜୁ ସେତୁ ଯୋଜନା ଅଧିନରେ ଅସମ୍ପୁର୍ଣ୍ଣ କାର୍ଯ୍ୟଗୁଡିକୁ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା । ସେହିପରି ଚାଲୁ ରହିଥିବା ସମସ୍ତ ପ୍ରକଳ୍ପର ଏକ ତାଲିକା ପ୍ରସ୍ତୁତ କରି ବିଭାଗରେ ଦାଖଲ କରିବା ସହିତ ପ୍ରକଳ୍ପଗୁଡିକର ନିୟମିତ ତଦାରଖ ପାଇଁ ମୁଖ୍ୟଯନ୍ତ୍ରୀ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ରାସ୍ତା, ସେତୁ ନିର୍ମାଣରେ ରହିଥିବା ସମସ୍ୟା ଏବଂ ସେସବୁର ସମାଧାନ ସମ୍ପର୍କରେ ଆଲୋଚନା ହେବା ସହିତ କଂକ୍ରିଟ ରାସ୍ତାର ଗୁଣବତ୍ତା ବୃଦ୍ଧି ସହ ସଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ନୂତନ ଜ୍ଞାନକୌଶଳ ଅବଲମ୍ବନ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ବିଜୁ ସେତୁ ଯୋଜନା, ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, କୋଠାବାଠି ନିର୍ମାଣ ଆଦି କାର୍ଯ୍ୟର ଅଗ୍ରଗତି ଏବଂ ଏସବୁ ସମୟସୀମା ମଧ୍ୟରେ ସମ୍ପୁର୍ଣ୍ଣ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦିଆ ଯାଇଥିଲା । ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ । ସେ କହିଲେ ଯେ ଗତ ବର୍ଷ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସମସ୍ତ ଯୋଜନା ସମ୍ପୁର୍ଣ୍ଣ ହୋଇ ୮୦ ପ୍ରତିଶତ ବଜେଟ ବ୍ୟୟ ହୋଇପାରିଛି । ଏହା ଅନ୍ୟ ବର୍ଷ ତୁଳନାରେ ଅଧିକ ଓ ଉତ୍ସାହଜନକ । ଚଳିତ ଆର୍ଥିକ ବର୍ଷରେ ଯେପରି ବଜେଟର ୧୦୦ ପ୍ରତିଶତ ବ୍ୟୟ ହୋଇପାରିବ ଏବଂ ପ୍ରକଳ୍ପର ମାନ ଯାଞ୍ଚପୂର୍ବକ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ଯନ୍ତ୍ରୀଙ୍କୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ ା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ଗୁଣବତ୍ତା ବଜାୟ ରଖିବା ଦିଗରେ ମଧ୍ୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଗୁରୁତ୍ୱାରୋପ କରିବା ସହ ରାସ୍ତା ଓ ବିଜୁ ସେତୁ ନିର୍ମାଣ ପାଇଁ ସ୍ଥିର କରା ଯାଇଥିବା ତ୍ରୈମାସିକ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତେ ଯନିବାନ ହେବାକୁ କହିଥିଲେ । ଏହି ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ଡିଭିଜନ ଇଞ୍ଜିନିୟିର, ସର୍କଲ ଇଞ୍ଜିନିୟର, ମୁଖ୍ୟଯନ୍ତ୍ରୀ, ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ by Proprietor Abhimanyu Maharana July 1, 2026 ୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ by Proprietor Abhimanyu Maharana July 1, 2026 ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ by Proprietor Abhimanyu Maharana July 1, 2026 ସ୍ନାନ ପୂର୍ଣ୍ଣିମା ଅବସରରେ ପରିବହନ ବିଭାଗ ପକ୍ଷ ରୁ ୯୫ ଚାଲାଣ, ୯ଲକ୍ଷ ୮୫ହଜାର ଟଙ୍କା ଜରିମାନା ଆଦାୟ by Proprietor Abhimanyu Maharana July 1, 2026 କଟକ ୬ଷ୍ଠ ବାଟାଲିୟନ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ by Proprietor Abhimanyu Maharana July 1, 2026 ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana July 1, 2026