Home ଓଡ଼ିଶା କନ୍ଧମାଳ : ପୁଣି ସକ୍ରିୟ ଲାଲ୍ ବାହିନୀ, ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ଲାଲ୍ ବାହିନୀ । ବୁଧବାର ବିଳମ୍ବିତ ରାତିରେ ୧୫ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ ଘରୁ ବାହାରକୁ ଡାକି ନେଇ ନିଜ ବାରିଆଡେ ହିଁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ । ସୂଚନା ମୁତାବକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମୋରବନ୍ଧ ପଞ୍ଚାୟତର ସାଉଲ୍ ପଡ଼ା ଠାରେ ସୁବଳ କହଁର ଙ୍କ ଘରେ ସୋଇଥିବା ସମୟରେ ମାଓବାଦୀ ମାନେ ତାଙ୍କୁ ଘରୁ ଡାକି ନେଇ ସୁବଳଙ୍କ ଘର ଠାରୁ ଦୁଇଶହ ମିଟର ଦୂରରେ ପାଖାପାଖି ଚାରି ରୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଛନ୍ତି । ସୁବଳ ଜଣେ ପୂର୍ବତନ ସରପଞ୍ଚ ବୋଲି ଜଣା ପଡିଛି । ଆଗରୁ ସେ ମାଓବାଦୀ ଟାର୍ଗେଟ ରେ କୁଆଡେ ଥିଲେ । କେଉଁ କାରଣରୁ ସୁବଳ ଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସେହି ଗ୍ରାମ ଜନଶୂନ୍ୟ ହୋଇଥିବା ବେଳେ ମାଓବାଦୀ ଙ୍କ ଟାର୍ଗେଟ ରେ ଥିବା ଜାଣି ସେ ଗାଁ ଛାଡ଼ି ବାଲିଗୁଡା ଅଞ୍ଚଳରେ ରହୁଥିଲେ । ତେବେ ଗ୍ରାମ ନିକଟରେ ସି ଆର ପି କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ସୁବଳ ଏଇ ତିନି ମାସ ହେଲା ଗ୍ରାମକୁ ଆସି ନିଜ ଘରେ ରହୁଥିଲେ Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026