ଅସୁରଗଡ ଗ୍ରାମରେ ଲୋକ ଅଦାଲତ ସମ୍ପର୍କୀୟ ସଚେତନତା ସଭା

୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ନର୍ଲା ବ୍ଲକ ଅସୁରଗଡ ଗ୍ରାମ ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ସ୍ଥାୟୀ ଲୋକ‌‌‌ ଅଦାଲତ ସମ୍ପର୍କୀୟ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଅଛି । ସ୍ଥାୟୀ ଲୋକ ଅଦାଲତର ପ୍ରତିଷ୍ଠା ଓ କାର୍ଯ୍ୟକାରୀତା ତଥା ଜନ ଉପଯୋଗୀ ସେବାକୁ ନେଇ ସାଧାରଣ ଲୋକଙ୍କୁ ସଚେତନ କରେଇବା ଏହି ସଭାର ମୂଳ ଲକ୍ଷ୍ୟ । ଆଇନ କାନୁନ ତଥା ନାରୀ ସୁରକ୍ଷା ଓ ମକଦ୍ଦମା ସଂପର୍କିତ ଆଲୋଚନା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ ଜଜ୍ ମାନେ । ଏହି ସଚେତନତା କାର୍ଯ୍ୟକ୍ରମରେ ଅସୁରଗଡ ଗ୍ରାମର ସର୍ବସାଧାରଣ ଯୋଗଦେଇଥିବା ବେଳେ ଭିଜିଲାନ୍ସ ଜଜ୍ ଶ୍ରୀକାନ୍ତ ମିଶ୍ର ଫ୍ୟାମିଲି ଜଜ୍ ଲଳିତ କୁମାର ଦାଶ,ଅତିରିକ୍ତ ଜିଲ୍ଲା ଜଜ୍ ଯଦୁମଣି ମିଶ୍ର, ଅବସରପ୍ରାପ୍ତ ଜଜ୍ ତଥା ଅଧ୍ୟକ୍ଷ (ପିଏଲଏ) ବିମଳ କୁମାର ଚାନ୍ଦ,ବରିଷ୍ଠ ସିଭିଲ ଜଜ୍ ଶୁଭମ୍ ଗୌତମ ମିଶ୍ର, ନର୍ଲା ଥାନା ଆଇଆଇସି ଗଙ୍ଗାଧର ମେହେର,ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ୍,ନର୍ଲା ତହସିଲଦାର ଶଙ୍କର ପ୍ରସାଦ ବାଗ୍,ନର୍ଲା ବିଡିଓ ବାସନ୍ତୀ ସେଠୀ,ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସ୍ଥାନୀୟ ପୁଲିସ ବିଭାଗ,ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ ।

 

Exit mobile version