ନବ ବଧୁଙ୍କ ପାଦରୁ ଲିଭିନି ଆଳତା : ବିବାହର ବାରଦିନରେ ନବ ବଧୁଙ୍କର ଘଟିଛି ମୃତ

୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ବିବାହ ଦଶ ମଙ୍ଗଳା ଜିବାର ଦୁଇଦିନ ହୋଇଛି । ପାଦରୁ ଅଳତା ଲିଭିନି । ହଠାତ ପରିବାର ଲୋକ ସୁଣିବାକୁ ପାଇଲେ । ଡାକ୍ତର ଖାନାରେ ତାଙ୍କ ଝିଅର ମୃତ୍ୟୁ ଘଟିଛି । ଏପରି ଖବର ପାଇ ବାପ ମାଙ୍କର ପାଦତଳୁ ମାଟିଖସିଗଲା । କେମିତି ଘଟିଲା ଝିଅର ମୃତ । ଏହାସୁଣି ଝିଅକୁ ଦେଖିବା ପାଇ ଚାଲିଆସିଲେଁ ଡାକ୍ତର ଖାନାକୁ । ସେଠାରେ ପହଞ୍ଚି ଦେଖିଲା ବେଳକୁ ଝିଅର ଶବ ପଡିରହିଛି ଡାକ୍ତର ଖାନା ବେଡରେ । ପାଖରେ ଯଗିଛି ପୋଲିସ ।ଏହି ଘଟଣା ଶୁଣି ବାହାରେ ଶହଶହ ଲୋକ ଙ୍କର ଭିଡ ଜମିରହିଛି । କେମିତି ହେଲା ହଠାତ ନବବଧୁ ଙ୍କର ମୃତ । ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବା ସହ ମୃତ୍ୟୁ କୁ ନେଇ ସନ୍ଦେହ ଉପୁଜିଛି । ପୋଲିସର ତଦନ୍ତ ସାଙ୍ଗକୁ ଶବ ବ୍ୟବତ୍ସେଦ ରିପୋଟ ଆଶିବାପରେ ମୃତର ପ୍ରକୃତ ରହସ୍ୟ ଜଣାପଡିବ । ଏଭଳି ଘଟିଛି ଖୋର୍ଧାଜିଲ୍ଲା ବାଣପୁର ଥାନା ତୁମୁରାପୁଟ ଗ୍ରାମରେ ।ଖବର ନେବାରେ ଜଣାଯାଏ । ଏଗାର ଦିନ ପୂର୍ବେ ନରେନ୍ଦ୍ରପୁର ପଞ୍ଚାୟତ ହଳନ୍ଦା ଗ୍ରାମର ବସନ୍ତ ବେହେରା ଙ୍କ ଝିଅ ଶଷ୍ମୀତା ବେହେରାଙ୍କୁ (୧୯) ବର୍ଷ । ତୁମୁରାପୁଟ ଗ୍ରାମର ବଟୁ ବେହେରାଙ୍କ ପୁଅ ସୁମନ ବେହେରା ବୈଦିକ ରୀତିନୀତି ରେ ବିବାହ କରିଥିଲେ । ତେବେ ବିବାହ ର ଆଜକୁ ବାରଦିନ ହୋଇଥିବା ବେଳେ ।ଆଜି ସକାଳେ କୌଣସି କାରଣ ରୁ ତାଙ୍କୁ ଚିକିତ୍ସା ପାଇଁ ବରଘର ପକ୍ଷରୁ ବାଣପୁର ସରକାରୀ ଡାକ୍ତରଖାନା ରେ ଭର୍ତ୍ତି କରି ଯାଇଥିଲା । ତେବେ ଚିକିତ୍ସାତ ଅବସ୍ଥାରେ ଶଷ୍ମୀତା ଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ । ପୋଲିସ ଖବର ପାଇ ଏକ ଅପମୃତ ମାମଲା ରୁଜୁ କରିବାସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ।

Exit mobile version