Home ଓଡ଼ିଶା ସରକାରୀ ଯୋଜନା ଠାରୁ ବହୁ ଦୂରରେ ଗଜପତି ଜିଲ୍ଲା ମୋହନା ବ୍ଲକ ଗୁରୁଝୁଳି ପଞ୍ଚାୟତର ବେତାଗଣ୍ଡା ଗାଁ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗୁରୁଝୁଳୀ ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ବେତାଗଣ୍ଡା ଗାଁ । ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଦୃଶ୍ୟ ନକହିବା ଭଲ । ଏହି ଗାଁକୁ ଯିବାକୁ ହେଲେ ଅଡ଼ବା ହରଭଙ୍ଗି ଡ୍ୟାମ୍ ନିକଟ ପଣସଡିହ ଗ୍ରାମ ଠାରୁ ପ୍ରାୟ ୨୦ କିମି ଦୂର ଘଞ୍ଚ ଜଙ୍ଗଲ, ପାହାଡ଼ ପର୍ବତ ଦେଇ ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରିବା ପରେ ପହଞ୍ଚି ବାକୁ ହୁଏ ବେତାଗଣ୍ଡା ଗାଁରେ । ଏହି ଗାଁରେ ୨୦ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାରର ୧୫୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଚାଷ ବେଉସା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି । ହେଲେ ଏହି ଗାଁ ପ୍ରତି ଯେମିତି ସରକାର ଓ ସରକାରୀ ବାବୁଙ୍କ ନଜର ନାହିଁ । ଫଳରେ ଆଜି ବି ଏହି ଗାଁକୁ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇନି । ଏହି ରାସ୍ତା ଦେଇ ଗ୍ରାମବାସୀ ଦୈନନ୍ଦିନ ବଜାର ବାଟ,ଶିକ୍ଷା, ସ୍ୱାସ୍ଥ୍ୟ ସେବା ତଥା ସରକାରୀ ବେସରକାରୀ କାମରେ ମୋହନା ଯିବା ଆସିବା କରନ୍ତି । କିନ୍ତୁ ଭୋଗନ୍ତି ଅନେକ ଯନ୍ତ୍ରଣା । କରିବେ ବା କ’ଣ ଯିବାକୁ ତ ହେବ । ରାସ୍ତା ତ ସବୁଠାରୁ ବଡ଼ ସମସ୍ୟା ଥିବା ବେଳେ ଗାଁରେ ଏବେବି ଅନେକ ପରିବାର ଅଛନ୍ତି ଯେଉଁମାନେ କି ଆଜି ବି ଏମିତି ଝାଟିମାଟି ଘରେ ବସବାସ କରନ୍ତି । କିନ୍ତୁ ଆବାସ ଗୃହ ଏମାନଙ୍କ ପାଇଁ ଯେମିତି ସାତସପନ । ତେବେ ଗ୍ରାମବାସୀ ମାନେ ବାରମ୍ଵାର ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ କହିଛନ୍ତି ତ କିଏ ଆବାସ ଗୃହ ନମିଳିବାରୁ ଦୁଃଖ ପ୍ରକାଶ କରୁଛନ୍ତି । ସମସ୍ୟା ନେଇ ସରକାରଙ୍କୁ ଅନେକଥର ଅଭିଯୋଗ କରିଥିବା କଥା ମଧ୍ୟ କହିଛନ୍ତି ଗ୍ରାମବାସୀ । ହେଲେ ନିଦାବିଷ୍ଣୁ ପ୍ରସାଶନ । ସରକାରଙ୍କ ଏହି ଗାଁ ପ୍ରତି ଆନ୍ତରିକତାର ଅଭାବ ଯୋଗୁଁ ପାନୀୟ ଜଳଯୋଗାଣ ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ପାହାଡ ତଳେ ପଥର କୋରଡରୁ ନିର୍ଗତ ହେଉଥିବା ଝରଣା ପାଣିକୁ ପାଇପ ଯୋଗେ ନିଆଯାଇଛି ଗାଁ ନିକଟକୁ । ଝରଣା ପାଣି ତ ଦେଖିବାପାଇଁ ସ୍ୱଛ । ହେଲେ ଖୋଲା ଝରଣାରେ କଣ ମିଶୁଛି ସେମାନେ ଜାଣନ୍ତି ନାହିଁ । ସରିସୃପ ଝରଣା ମଧ୍ୟରେ ପ୍ରବେଶ କରୁଛନ୍ତି, ସେକଥା ଭଲା କିଏ ଯାଣିଛି । କିନ୍ତୁ ଆଜି ବି ଗ୍ରାମବାସୀଙ୍କ ପାଇଁ ସାହାଭରଷା ଏହି ପଥର କୋରଡରୁ ବାହାରୁଥିବା ଝରଣା ପାଣି । ଏହି ଝରଣା ପାଣି ମେଣ୍ଟାଇଥାଏ ଗ୍ରାମବାସୀଙ୍କ ଶୋଷ । ଗାଁରେ ଶିକ୍ଷା ବ୍ୟବସ୍ଥା ନ କହିବା ଭଲ । ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨ ଜଣ ଶିକ୍ଷକ ନିଯୁକ୍ତି ଥିବା ସହ କାଗଜ କଲମରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ଜଣାପଡିଛି । ବିଦ୍ୟାଳୟଟି ଭାଙ୍ଗି ରୁଜି ଯାଇଥିବା ବେଳେ ଲଟାବୁଦା ମାଡି ଗଲାଣି । ୫ଟି ଶ୍ରେଣୀ ଗୃହ ପାଇଁ ସରକାର ଗୋଟିଏ ମାତ୍ର ଶ୍ରେଣୀ ଗୃହ ନିର୍ମାଣ କରିଛନ୍ତି ! ହେଲେ ଏହାର ଅବସ୍ଥା ବି ଜରାଜୀର୍ଣ୍ଣ ହୋଇଗଲାଣି । ଏଠାରେ ପିଲାଏ ପାଠ ପଢୁଥିବେ କେମିତି ଏଥିରୁ ଅନୁମେୟ। ଫଳରେ ପିଲାଏ ପାଠ ପଢିବେ କଣ?ପାଠପଢା ସମୟରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅନେକ ପିଲା ଗାଁ ନିକଟସ୍ଥ ଜଙ୍ଗଲରୁ ଜଙ୍ଗଲ ଯାତ ଦ୍ରବ୍ୟ ସଂଗ୍ରହ କରିବାରେ ବ୍ୟସ୍ତ ଥିବା ଦେଖିବକୁ ମିଳିଛି । ହେଲେ ଗାଁର ସମସ୍ୟା ଅନେକ । ଲୋକଙ୍କ ଅଭିଯୋଗ ବି ଅନେକ । ଗାଁର ଅନେକ ସମସ୍ୟାର ସମାଧାନ କରିବା ପାଇଁ ସରକାରଙ୍କୁ ଦାବି କରିଛନ୍ତି ଗ୍ରାମବାସୀ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 12, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026