Home ଅପରାଧ ଓଡ଼ିଶାର ଅନ୍ୟତମ ବାହୁବଳୀ ନେତା ଓ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ରେଡ୍ ହୋଇଛି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପୂର୍ବତନ ତଥା ପ୍ରଭାବଶାଳୀ ବିଧାୟକ ସନାତନ ମହାକୁଡ଼ ଙ୍କ ଘରେ ପଶିଲା ଆୟକର ବିଭାଗ । ସନାତନଙ୍କ ଭୁବନେଶ୍ୱରର ଓ କେନ୍ଦୁଝର ଜିଲ୍ଲାରେ ଥିବା ଘର ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି । ସନାତନଙ୍କ କେନ୍ଦୁଝରରର ବଡଲରେ ଥିବା ଭଡ଼ା ଘର, ନନ୍ଦିରାରେ ଥିବା ପୈତୃକ ଘର ଓ ଉଚ୍ଚବାଲିରେ ଥିବା କ୍ୟାମ୍ପ ଅଫିସରେ ଆୟକର ଟିମ୍ ଚଢ଼ାଉ କରିଥିବା ଜଣାପଡ଼ିଛି । ଏହି ଚଢ଼ାଉରେ ଆୟକର ବିଭାଗର ୩ଟି ସାମିଲ ହୋଇଛନ୍ତି । ଖଣି ଦୁର୍ନୀତି ଅଭିଯୋଗରେ ୨୦୧୫ରେ ଇଡି ତାଙ୍କ ଘର ଓ ବ୍ୟବସାୟ ସାମ୍ରାଜ୍ୟ ଉପରେ ଚଢ଼ଉ କରିଥିଲା । ପରେ ପୁଲିସ ମାଗକୁଡ଼ଙ୍କ ୧୬ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ସେହିପରି ସନାତନ ଙ୍କର ଭୁବନେଶ୍ୱର ଥିବା ଆଲିସାନ ଘର ଓ ଅଫିସ ସମେତ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱରରେ ଚାଲିଥିବା ଚଢ଼ାଉରେ ଆୟକର ବିଭାଗର ୩ଟି ଟିମ୍ ସାମିଲ ଅଛନ୍ତି। ପ୍ରତିଟିମ୍ରେ ଟିମ୍ରେ ୧୦ ଜଣ ଆୟକର ବିଭାଗର ସଦସ୍ୟ ଅଛନ୍ତି । ସନାତନ ଜଣେ ପ୍ରଭାବଶାଳୀ ବିଧାୟକ ଥିଲେ । ସେ କୋଟି କୋଟି ଟଙ୍କା ଆୟକର ଫାଙ୍କିଥିବା ତାଙ୍କ ନାଁରେ ଅଭିଯୋଗ ଥିଲା । ପୂର୍ବରୁ ମଧ୍ୟ ଏହି ଅଭିଯୋଗ ଆଧାରରେ ଆୟକର ବିଭାଗ ତାଙ୍କ ଘରେ ଚଢ଼ାଉ କରିଥିଲା । ଆଜି ଭୋରରୁ ଆୟକର ଟିମ୍ ଭୁବନେଶ୍ୱରର ଓ କେନ୍ଦୁଝରରେ ଥିବା ଘର ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି । ସନାତନ ସମାଜସେବା କ୍ଷେତ୍ରରେ ଅନେକ ପଇସା ଖର୍ଚ୍ଚ କରୁଥିଲେ । ଏହି ପଇସା ସେ କେଉଁଠୁ ଆଣୁଥିଲେ, ସେ ଆୟକର ଦେଉଥିଲେ ନା ନାହିଁ ଏହାର ଯାଞ୍ଚ ମଧ୍ୟ କରାଯାଉଛି । ଚଢ଼ାଉ ବେଳେ ସନାତନଙ୍କ ଘରୁ ବହୁତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । Categories: ଅପରାଧ, ଓଡ଼ିଶା, କେନ୍ଦୁଝର, ମହାନଗର, ହୋମ୍ Related Content ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026 ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ by Proprietor Abhimanyu Maharana September 9, 2026 Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026