Home ଓଡ଼ିଶା ସଂଜୟଙ୍କ ପ୍ରବେଶ .. ଅନ୍ୟମାନେ ହତାଶ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଅଲୋଡା ସଞ୍ଜୟ ଆଲୋଡ଼ନର କେନ୍ଦ୍ର ବିନ୍ଦୁ ପାଲଟିଯାଇଛନ୍ତି । ଦୁଇ ବର୍ଷ ହେବ ଅଲୋଡ଼ା ସଞ୍ଜୟ ଏବେ କାହିଁକି ଲୋଡ଼ା …? ତେବେ ସଞ୍ଜୟ ଙ୍କ ପ୍ରବେଶ ରେ ସଙ୍ଗଠକ ମାନଙ୍କୁ ହେବନି ତ ଅଡୁଆ ? ୧୦ ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସଞ୍ଜୟ ଦାସବର୍ମାଙ୍କୁ ନବୀନ ନିବାସ ଡାକରା ଟିକଟ୍ ଅଫର ଚର୍ଚ୍ଚା ଦଳ ଭିତରେ ବଡ଼ ଆଲୋଡ଼ନ ସୃଷ୍ଟି କରିଛି । ଅଲୋଡା ସଞ୍ଜୟ ଆଲୋଡ଼ନର କେନ୍ଦ୍ର ବିନ୍ଦୁ ପାଲଟିଯାଇଛନ୍ତି । ଦୁଇ ବର୍ଷ ହେବ ଅଲୋଡ଼ା ସଞ୍ଜୟ ଏବେ କାହିଁକି ଲୋଡ଼ା …? ଦଳ ଭିତରେ କ୍ରାଇସିସ ଅନୁଭଵ କରାଗଲା କି …? ନା ମୁଖିଆଙ୍କ କାର୍ଯ୍ୟାଳୟ ସଞ୍ଜୟଙ୍କ ଅନୁପସ୍ଥିତକୁ ଅନୁଭଵ କରି ଡକାଇ ପ୍ୟାଚ୍ ଅପ୍ ପାଇଁ ଉଦ୍ୟମ କରୁଛି …? ତେବେ ସଞ୍ଜୟ ଙ୍କ ପ୍ରବେଶ ରେ ସଙ୍ଗଠକ ମାନଙ୍କୁ ହେବନି ତ ଅଡୁଆ …? କେବଳ ଦଳ ନୁହେଁ ରାଜ୍ୟ ରାଜନୀତିରେ ବି ଏସବୁ ପ୍ରଶ୍ନକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ସତ ହେଲେ ତାର କାରଣ ବି କିଛି ରହିଛି । ଦଳରେ ବିଦ୍ରୋହର ଆଶଙ୍କା କରୁଛି କି ବିଜେଡି …? ସାଧାରଣ ନିର୍ବାଚନ ପୂର୍ବରୁ ଅକଳ ସ୍ଥିତିର ବାସ୍ନା ବାରୁଛି କି ଦଳ …? କାରଣ ଏବେଠୁ ଆରମ୍ଭ ହେଲାଣି ଅଲୋଡ଼ା ନେତାଙ୍କ ମାନଭଞ୍ଜନ । ଆଉ ଏହି ପର୍ବରେ ସର୍ବ ପ୍ରଥମ ଚର୍ଚ୍ଚାରେ ଅଛନ୍ତି ସଂଜୟ ଦାସବର୍ମା । ଦଳ ଭିତରେ ଦୀର୍ଘ ଦିନ ଧରି କୋଣଠେସା ହୋଇ ରହିଥିବା ସଂଜୟଙ୍କୁ ନିକଟରେ ନବୀନ ନିବାସରୁ ଡାକରା ଆସିବା ଏବଂ ସେ ନବୀନ ନିବାସ ଯାଇ ଶୀର୍ଷ ନେତୃତ୍ୱ ଓ ବର୍ତ୍ତମାନ ଅଫିସର ଥାଇ ଦଳୀୟ ଆଫାୟାର୍ସ ବୁଝୁଥିବା ବ୍ୟକ୍ତିଙ୍କୁ ଭେଟି ଆଲୋଚନା କରିବାକୁ ନେଇ ସୃଷ୍ଟି ହୋଇଛି ବିରାଟ ଚର୍ଚ୍ଚା । ତେବେ ସଞ୍ଜୟଙ୍କ ସହ କଣ ଆଲୋଚନା ହେଲା… ? କାହିଁକି ନା ଗୋଟିଏ ସମୟରେ ବିଜେଡିରେ ସଞ୍ଜୟ ବେଶ ପାୱାରଫୁଲ ଥିଲେ । ସଙ୍ଗଠନରେ ଭଲ କାଟତି ଥିଲା । ହେଲେ ପକ୍ଷ ଛେଦନ ପରି ଆଗ ତାଙ୍କଠୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ କଢ଼ାଗଲା । ତାପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ବି ହଟାଗଲା । ସେହିପରି ଦଳ ହେଡକ୍ୱାର୍ଟରର ସାଧାରଣ ସଂପାଦକ ଦାୟିତ୍ୱରେ ଥିଲେବି ନା ପୁରୀ ବିଜେଡି ପ୍ରତିଷ୍ଠା ଦିବସରେ ଗୁରୁତ୍ୱ ମିଳିଲା, ନା ଶଙ୍ଖଭବନ ଲୋକାର୍ପଣ ଉତ୍ସବରେ ଗୁରୁତ୍ୱ ମିଳିଲା । କେବଳ ସେତିକି ନୁହେଁ, ଧାମନଗର, ପଦ୍ମପୁର, ଝାରସୁଗୁଡା ଉପନିର୍ବାଚନ ଟିମରେ ତାଙ୍କ ପାଇଁ ଜାଗା ନଥିଲା । ଏସବୁ ଅବହେଳାକୁ ନେଇ ଥରେ ନିଜ ନିର୍ବାଚନ ମଣ୍ଡଳିରେ ବି ଗର୍ଜିଥିଲେ ସଂଜୟ । ଆଗରୁ ଅନେକ ଉଦାହରଣ ଅଛି ଦଳ ବିରୋଧରେ ଯିଏ ଯେତେବେଳେ କିଛି କହିଛନ୍ତି ସେମାନଙ୍କୁ ବିତାଡିତ କରାଯାଇଛି । ପ୍ୟାରୀ ବାବୁଙ୍କ ଠାରୁ ଆରମ୍ଭ କରି ଅନେକଙ୍କୁ ଦଳ ଧୁଳିସାତ କରିଦେଇଛି । ଅନେକ ଥର ଅନେକ ଦଳୀୟ ବିଧାୟକ ଅବା ମନ୍ତ୍ରୀ ଯଦି ନିର୍ବାଚନରେ ପରାଜୟ ବରଣ କରିଛନ୍ତି ସେମାନଙ୍କ ଜାଗାରେ ଅନ୍ୟ ମାନଙ୍କୁ ଟିକେଟ ଦିଆଯାଇଛି । ଏପରି ସ୍ଥଳେ ଅନେକ ଭେଟରାନ ଲିଡର ତଥା ବରିଷ୍ଠ ନେତା ମନ୍ତ୍ରୀ ମାନଙ୍କୁ ଦଳ ଡଷ୍ଟବିନକୁ ଫିଙ୍ଗିଲା ପରି ଫିଙ୍ଗି ଦେଲା ସେମାନେ ଉବୁଟୁବୁ ହୋଇ ଆଉ ଉଠିବାକୁ ରାହା ପାଉନାହାନ୍ତି । ଯେଉଁମାନେ କି ସାରା ଓଡ଼ିଶାରେ ବେଶ ଚର୍ଚିତ ଥିଲେ । ସିଏ ରଘୁନାଥ ମହାନ୍ତି କିମ୍ବା ପ୍ରଫୁଲ୍ଲ ଘଡେ଼ଇ ଅବା ଦାମୋଦର ରାଉତ ଏମିତିରେ ଦିଲୀପ ରାୟ ମଧ୍ୟ ବାଦ୍ ପଡ଼ିନଥିଲେ । ଏତେଦିନର କୋଣ ଠେସା ପରେ ସଞ୍ଜୟ ଙ୍କ ସହ ବିଜେଡି ପ୍ରମୁଖ ଙ୍କ ସଲାସୁତୁରା କୁ ନେଇ ଦଳୀୟ ନେତା ଚିନ୍ତା ରେ … ତେଣୁ ସେଇ ସଂଜୟଙ୍କୁ ଏବେ ପୁଣି ମନେଇବାର କାରଣ କଣ… ? କୁହାଯାଉଛି ନବୀନ ନିବାସରୁ ସଂଜୟଙ୍କୁ ସାଧାରଣ ନିର୍ବାଚନ ଟିକେଟ ଅଫର ମିଳିଥିଲେ ବି ସେ ସେଥିରେ ଖୁସି ନାହାନ୍ତି । ବରଂ ତାଙ୍କୁ କାହିଁକି ଅବହେଳା କରାଯାଉଛି ତାର ଉତ୍ତର ଜାଣିବାକୁ ଚାହିଁଛନ୍ତି । ହେଲେ ଏ ସଂପର୍କରେ ସଂଜୟ ନିଜେ ମୁହଁ ଖୋଲି ନଥିଲା ବେଳେ ବିଜେଡି ବରିଷ୍ଠ ନେତାଙ୍କୁ ଡାକି ଆଲୋଚନା କଲେ ଭୁଲ କଣ ବୋଲି ପ୍ରଶ୍ନ କରିଛି । ବିଜେଡିରେ ଏବେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ପିନାକୀ ମିଶ୍ର, ମନ୍ତ୍ରୀ ସମୀର ଦାସ, ବିଧାୟକ ଉମା ସାମନ୍ତରାୟଙ୍କ ସହ ସଂଜୟଙ୍କର ସଂପର୍କ ଭଲ ନାହିଁ । ବିଶ୍ଵାସ କରାଯାଏ କି ଦଳ ଭିତରୁ ଆଡ଼େଇ ଦେବା ବେଳେ ପୁରୀର ଛାମୁଆ ନେତାମାନେ ମଧ୍ୟ ବୈକଟ କରିଦେଲେ । ଭାବିଥିଲେ ବୈକଟ କରି କରି ସଞ୍ଜୟ ବାଦ୍ ପଡିଯିବେ ମାତ୍ର ନବୀନଙ୍କ କାର୍ଯ୍ୟାଳୟ ଏହାକୁ ବରଦାସ୍ତ କରି ପାରିଲା ନାହିଁ । ଏହା ଭିତରେ ପ୍ରଣବଙ୍କ ପ୍ରଣାଳୀ କାମ କରୁନାହିଁ । ସଞ୍ଜୟ ଦାସବର୍ମାଙ୍କ ସ୍ଥାନ ଆଉ କେହି ନେଇ ପାରୁନାହାଁନ୍ତି କି… ? Categories: ଓଡ଼ିଶା, ପୁରୀ, ମହାନଗର, ରାଜନୀତି, ହୋମ୍ Related Content ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଖଣ୍ଡପଡ଼ା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ସ୍ବାଧୀନତା ଦିବସ ପାଳନ by Proprietor Abhimanyu Maharana August 16, 2026 ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ by Proprietor Abhimanyu Maharana August 16, 2026 ୮୦ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି, ରଣପୁର ଏନଏସିରେ by Proprietor Abhimanyu Maharana August 15, 2026 ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ by Proprietor Abhimanyu Maharana August 15, 2026 ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ by Proprietor Abhimanyu Maharana August 15, 2026