Home ଓଡ଼ିଶା ବିଶ୍ଵ କାର୍ଟୁନିଷ୍ଟ ଦିବସ ଉପଲକ୍ଷ ଓଡ଼ିଶା କାର୍ଟୁନ୍ ଏକାଡେମୀର ୨ୟ କାର୍ଟୁନ୍ ପ୍ରଦର୍ଶନୀ ଅନୁଷ୍ଠିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୦ ମେ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ବିଶ୍ଵ କାର୍ଟୁନିଷ୍ଟ ଦିବସ ଉପଲକ୍ଷେ ଓଡ଼ିଶା କାର୍ଟୁନ ଏକାଡେମୀ ଦ୍ୱାରା ବିଶ୍ବ କାର୍ଟୁନିଷ୍ଟ ଦିବସ ନୀଳାଦ୍ରି ବିହାରସ୍ଥ ବୁଦ୍ଧ ଆର୍ଟ ଗ୍ୟାଲେରୀ ରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଟକ ଭୁବନେଶ୍ୱର ପୋଲିସ କମିଶନର ଶ୍ରୀ ଯୁକ୍ତ ଏସ୍ କେ ପ୍ରିୟଦର୍ଶୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ଓଡ଼ିଆ କାର୍ଟୁନିଷ୍ଟ ମାନଙ୍କୁ ପ୍ରଶଂସା କରୁଥିଲେ । ଏକାଡେମୀ ର ସଭାପତି ବିଶିଷ୍ଟ କାର୍ଟୁନିଷ୍ଟ କମଳାକାନ୍ତ ରଥ ସଭାପତିତ୍ବ କରିଥିବା ବେଳେ ଉପସଭାପତି ଶିଳ୍ପୀ କେଶୁଦାସ ଅତିଥି ପରିଚୟ ଓ ପ୍ରାକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେଢେଙ୍କାନାଳ ଆଇଆଇଏମସିର ଅଧ୍ୟକ୍ଷ ମୃନାଲ ଚାଟାର୍ଜୀ ଯୋଗ ଦେଇଥିବା ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଓ ସମ୍ବିଦ ସାହୁ ଯୋଗ ଦେଇଥିଲେ । ଏକାଡେମୀ ର ସଂପାଦକ ଦେବାଶିଷ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶାର ବରିଷ୍ଠ କାର୍ଟୁନିଷ୍ଟ ସୁଧାଂଶୁ ଦେଓଙ୍କୁ ଜୀବନବ୍ୟାପୀ କାର୍ଟୁନ୍ ସାଧନା ପାଇଁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ରାଜ୍ୟ ସ୍ତରୀୟ କାର୍ଟୁନ୍ ପ୍ରଦର୍ଶନୀ ରେ ଓଡ଼ିଶାର ୧୮ ଜଣ ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ କରି ସାମାଜିକ, ରାଜନୈତିକ, ପାରିପାର୍ଶ୍ବିକ, ଆନ୍ତର୍ଜାତିକ ଆକର୍ଷଣୀୟ ଓ ସମାଲୋଚନା ମୂଳକ ୨୦୦ରୁ ଊର୍ଦ୍ଧ୍ବ ବ୍ୟଙ୍ଗ ଚିତ୍ର ପ୍ରଦର୍ଶିତ ହୋଇଥିଲା । ପ୍ରଦର୍ଶନୀ ରେ ସୁଧାଂଶୁ ଦେଓ ସମେତ ପରେଶ ନାଥ, ଜ୍ଞାନ ରଥ, ଅଶ୍ବିନୀ-ଅବନୀ, ଶିଳ୍ପୀ କେଶୁଦାସ, କେକେ ରଥ, ଦେବାଶିଷ ସିଂ, ନନ୍ଦେଷୁ, ଉତ୍କଳ ଗୌରବ, ଚୁଡ଼ାମଣି ଦାସ, ପ୍ରଦ୍ୟୁମ୍ନ ନାଟୁଆ, ସୁଦାମ ଶେଖର, ଶେଖର ରାଓ, ପ୍ରଶାନ୍ତ ମାଝି, ପ୍ରଶାନ୍ତ ମହାକୁଡ଼, ବିବେକ ଦାସ, ଶିବ ନାରାୟଣ, ସୁନାରାମ ସିଂ ପ୍ରମୁଖଙ୍କ ବ୍ୟଙ୍ଗଚିତ୍ର ପ୍ରଦର୍ଶିତ ହୋଇଥିବା ବେଳେ ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଙ୍କ ପାଇଁ ଖୋଲା ରହିବ l ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ର ୧୮ ଜଣ ବିଶିଷ୍ଟ କାର୍ଟୁନିଷ୍ଟ ନେଇ ୨୦୦ରୁ ବ୍ୟଙ୍ଗ ଚିତ୍ର ପ୍ରଦର୍ଶିତ କରାଯାଇଥିଲା l Categories: ଓଡ଼ିଶା, ଗଜପତି, ହୋମ୍ Related Content CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 12, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026