ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଦଶପଲ୍ଲା ବିଧାୟକ ଙ୍କ ପାଇଁ ନୂତନ ସୂର୍ଯ୍ୟୋଦୟ ଦେଖିଲେ ଗ୍ରାମବାସୀ

ମେ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଅଧୀନରେ ଥିବା ନୂଆଗାଁ ଠାରୁ ନଇ ତଇଲା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ୭.୯୦ କିମି ରାସ୍ତା ନିର୍ମାଣ ପାଇଁ ୭,୪୮,୨୭,୮୭୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏକ ବର୍ଷ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । କାର୍ଯ୍ୟ କିଭଳି ଚାଲିଛି ଏ ନେଇ ପରିଦର୍ଶନ ରେ ଆସିଥିଲେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ର ଉପଦେଷ୍ଟା ସବିତା ମହାପାତ୍ର। ରାସ୍ତା ନିର୍ମାଣ ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିବା ସହିତ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ସେହିପରି ଅନୁରୂପ ଭାବେ କୋରଡ଼ା ଠାରୁ ରଗଡ଼ି ମଡା, ଭାୟା – ମିନା ଗାଡିଆ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଚାଲିଥିବା ୫ କିମି ରାସ୍ତା ନିର୍ମାଣ କିପରି ଚାଲିଛି ଦେଖିବା ସହ ରାସ୍ତା ନିର୍ମାଣ ସମ୍ପର୍କରେ ରଗଡ଼ି ମଡା ଲୋକମାନଙ୍କୁ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ର ଉପଦେଷ୍ଟା ସବିତା ମହାପାତ୍ର । ଗ୍ରାମ କୁ ପୂର୍ବରୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବା ସହିତ ,ପିଲାମାନଙ୍କ ପାଠ ପଢା ଏବଂ ଗମନା ଗମନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନେ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗୁଁ ଗମନା ଗମନ ସମସ୍ୟା ଦୂରୀଭୂତ ହେବା ସହ ନୂତନ ସୂର୍ଯ୍ୟୋଦୟ ସହ ପର୍ବତ ଶିଖରରେ ଫୁଟିଲା କଇଁ ବୋଲି ଗ୍ରାମବାସୀ କହିଥିଲେ । ଦୀର୍ଘବର୍ଷ ର ଗମନା ଗମନ ସମସ୍ୟା ଦୂରୀଭୂତ ହୋଇଥିବାରୁ ଉଦୟପୁର ଏବଂ କୋରଡ଼ା ପଞ୍ଚାୟତ ର ଜନ ସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ର ଉପଦେଷ୍ଟା ସବିତା ମହାପାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ପରିଦର୍ଶନ ଏବଂ ଲୋକ ମାନଙ୍କ ସହ ଆଲୋଚନା କରିବା ସମୟରେ ବିଭାଗୀୟ ଏସ ଡି ଓ ସସ୍ମିତା ମୁଣ୍ଡୁରି, ନୂଆଗାଁ ବ୍ଲକ୍ ଆର୍ ଡି ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁ ଏବଂ ହିତାଞ୍ଜଳି ପଣ୍ଡା ଉପସ୍ଥିତ ଥିଲେ ।

Exit mobile version