୯ମେ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ରକ୍ତ ଦାନ ମହତ ଦାନ । ଏହା ଏକତାର ପ୍ରତୀକ । ଏହି ମହତ ପ୍ରୟାସରେ ରେଡ଼କ୍ରସ ଦିବସରେ ଯୋଗଦେଇ ମୂଲ୍ୟବାନ ଜୀବନ ରକ୍ଷା କରିବାରେ କିଛି ବ୍ୟକ୍ତିଙ୍କ ମହତ ଉଦ୍ଦେଶ୍ୟ ଥାଏ । ଗତ ୦୮.୦୫.୨୦୨୩ ସୋମବାର ଦିନ ବିଶ୍ଵ ରେଡକ୍ରସ ଦିବସରେ ଭାରତୀୟ ରେଡକ୍ରସ ସୋସାଇଟି ପକ୍ଷରୁ ଜିଲ୍ଲା ସ୍ତରୀୟ ରେଡକ୍ରସ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ଯୋଗଦେଇଥିଲେ ।
ଏହି ଦିନ ୨୦୨୨_୨୩ ବର୍ଷ ପାଇଁ ସର୍ବଶ୍ରେଷ୍ଠ ରକ୍ତଦାତା ଭାବରେ ନର୍ଲା ବ୍ଲକ୍ ଅନ୍ତର୍ଗତ ପଲସାପଡ଼ା ଗ୍ରାମର ଚନ୍ଦ୍ରଧ୍ଵଜ ସାହୁ ଓ କନକ ସାହୁଙ୍କ ପୁତ୍ର ତଥା କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ପୂର୍ବତନ ଜାତୀୟ ଯୁବ ସ୍ଵେଚ୍ଛାସେବୀ ହେମସାଗର ସାହୁଙ୍କୁ ପ୍ରଶଂସାପତ୍ର , ଟ୍ରଫି ସହ ସମ୍ମାନିତ କରାଯାଇଛି । ଶ୍ରୀ ସାହୁ ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ୨୦ ଥର O+ ରକ୍ତ ସ୍ଵେଚ୍ଛାକୃତ ଭାବେ ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି । ସେ କଳାହାଣ୍ଡି ଜିଲ୍ଲା ଓ ଓଡ଼ିଶାର ବିଭନ୍ନ ମେଡିକାଲରେ ନିରୀହ ରୋଗୀଙ୍କ ପାଇଁ ରକ୍ତ ଯୋଗାଡ କରୁଥିବା ଜଣାଯାଏ ।
