୯ମେ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ଅଧିନସ୍ଥ ବାଲନ୍ଦା ପଡାରେ ଉନ୍ନୟନ ସମିତି ର ନୂତନ ସଭାପତି ତଥା ଲୁଇସିଂ ପଂଚାୟତ ର ସରପଞ୍ଚ ସୁଦର୍ଶନ କହଁର ଙ୍କ ନେତୃତ୍ୱ ରେ ପାଞ୍ଚ ଗୋଟି ପଂଚାୟତ ର ସରପଞ୍ଚ ମାନଙ୍କୁ ନେଇ ଏକ ବୈଠକ ବାଲନ୍ଦା ପଡା ଗଦେଇ ପଦର ହାଟପଦା ଠାରେ ପାଞ୍ଚ ଗୋଟି ପଂଚାୟତ ର ବିଭିନ୍ନ ସମସ୍ୟା ଉପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି l ଆଦିବାସୀ ଅଧୁଷିତ କନ୍ଧମାଳ ଜ଼ିଲ୍ଲା ର ଫୁଲବାଣୀ ସହର ଠାରୁ ପ୍ରାୟ 60,70 କିଲୋମିଟର ଦୂରରେ ବାଲନ୍ଦା ପଡା ଗ୍ରାମ ପଂଚାୟତ ଏଂବ ପାଖାପାଖି ଆଉ 4ଗୋଟି ପଂଚାୟତ ର ଜନସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଅଛନ୍ତି l 
ସର୍ବ ପୁରାତନ ସ୍ୱାସ୍ଥ୍ୟ କେନ୍ଦ୍ର ଥାଇ ମଧ୍ୟ ଚିକିତ୍ସା ହୋଇ ପାରୁନାହାନ୍ତି ଅଞ୍ଚଳ ବାସି l କାରଣ ସେଠାରେ ନିୟମିତ ଡାକ୍ତର ଓ କର୍ମଚାରୀ ନ ଥିବାରୁ ଚିକିତ୍ସା ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏହି ପାଞ୍ଚ ଗୋଟି ପଂଚାୟତର ଜନସାଧାରଣ l ଟିକିଏ ଜ୍ୱର ବା ଦେହ ଖରାପ ହେଲେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ନଚେତ ବ୍ରହ୍ମପୁର ମେଡିକାଲ କଲେଜ କୁ ଯିବାକୁ ପଡୁଛି ଏହି ଅଂଚଳ ବାସୀଙ୍କୁ l ଫଳରେ ଚିକିତ୍ସା ପାଇଁ ଯାଉଥିବା ସମୟରେ ଅଧବାଟରେ ହିଁ ମୃତ୍ୟୁ ହୋଇଯାଉଥିବା କଥା କହୁଛନ୍ତି ଏହି ଅଞ୍ଚଳ ବାସି l ନାଁ ଅଛି ନିୟମିତ ଡାକ୍ତର,ନା ଅଛି ଆମ୍ବୁଲାନ୍ସ ର ସୁବିଧା, ନା ଅଛି, ବ୍ୟାଙ୍କ, ନା ଅଛି ଏଟିଏମ ନା ଅଛି ଭଲ ରାସ୍ତା l ଏହି ସବୁ ସମସ୍ୟାର ସମାଧାନ ପାଇଁ ଏହି ଅଂଚଳ ବାସି ବାରମ୍ବାର ଫିରିଙ୍ଗିଆ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜ଼ିଲ୍ଲା ପ୍ରଶାସନ କୁ ଗୁହାରି କଲେ ମଧ୍ୟ କୌଣସି ଫଳ ମିଳୁନ ଥିବା କହିଛନ୍ତି ବାଲନ୍ଦାପଡା ଉନ୍ନୟନ ସମିତି ର ସଭାପତି ସୁଦର୍ଶନ କହଁର l ଯାହାରୀ ଫଳରେ ଆଜି ପାଞ୍ଚ ଟି ପଂଚାୟତ ର ସମସ୍ତ ସରପଞ୍ଚ ଓ ଜନସାଧାରଣ ଏକତ୍ରିତ ହୋଇ ବାଲନ୍ଦା ପଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିୟମିତ ଡାକ୍ତର ନିଯୁକ୍ତି, ସ୍ଥାୟୀ ଆମ୍ବୁଲାନ୍ସ ର ସୁବିଧା, ଗୋଛାପଡା ରୁ ସୁତାଣୀ ଘାଟି ପର୍ଯ୍ୟନ୍ତ ରାସ୍ତାର ପିଚୁ ନିର୍ମାଣ ଓ ବାଲନ୍ଦା ପଡ଼ାରେ ଏକ ଏଟିଏମ ସ୍ଥାପନ ଯାହାକି ପାଞ୍ଚ ଟି ପଂଚାୟତ ର ଜଣସାଧାରଣ ନିର୍ଭର କରିବେ l ବୋଲି ମୁଖ୍ୟ ଅଥିତି ସୁଦର୍ଶନ କହିଁର ଗଣମାଧ୍ୟମ ମାଧ୍ୟମରେ ଜ଼ିଲ୍ଲା ପ୍ରଶାସନ ଙ୍କ ଦୃଷ୍ଟି ଗୋଚର କରିଥିଲେ l ଆଶା ଓ ବିଶ୍ୱାସ ଜ଼ିଲ୍ଲା ପ୍ରଶାସନ ଯଥା ଶୀଘ୍ର ଏହି ପାଞ୍ଚ ଗୋଟି ପଂଚାୟତ, ବାଲନ୍ଦା ପଡା, କୁଇରୁମାଣ୍ଡୁ, ପକାରୀ, ଲୋଇସିଂ, ପାହିରାଜୂ ଗ୍ରାମପଂଚାୟତ ର ସମସ୍ତ ଜନସାଧାରଣ ଙ୍କ ହିତ ନିମନ୍ତେ ଏହି ସମସ୍ତ ଦାବିକୁ ପୂରଣ କରିବେ ବୋଲି l ଏହି ବୈଠକ ରେ ସନ୍ନମାନିତ ଅତିଥି ଭାବେ ଆସିଲ ମଲ୍ଲିକ, ସଂଜୀବ ଦିଗାଲ ସମିତି ସଭ୍ୟ, ଏସ ଏଚ ଜି ମାଆମାନେ ଓ ସାଧାରଣ ଜନତା ଉପସ୍ଥିତ ଥିଲେ l

