Home ଓଡ଼ିଶା ଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କୁ ହତ୍ୟା ଧମକ ବିରୋଧରେ ଝାରସୁଗୁଡ଼ା ଥାନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏତଲା ଦେଲେ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- କର୍ଣ୍ଣାଟକର କାଲାବୁରାଗି ଜିଲ୍ଲା ଚିତ୍ରା ବିଧାନ ସଭାର ବିଜେପି ଦଳର ପ୍ରାର୍ଥୀ ମଣିକାନ୍ତ ରାଠୋର ଅଖିଳ ଭାରତ ଜାତୀୟ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ତାଙ୍କ ପରିବାରବର୍ଗଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିବାର ଏକ ଅଡ଼ିଓ ଟେପ୍କୁ ସର୍ବସାଧାରଣରେ ପ୍ରକାଶ କରାଯାଇଛି । ଏହି ଟେପ୍ରେ ଥିବା ଅଡ଼ିଓ କଥାବାର୍ତ୍ତାରୁ ହତ୍ୟା ଷଡ଼ଯନ୍ତ୍ରର ସମସ୍ତ ପ୍ରମାଣ ଥିବା ଖୁଲାସା କରୁଛି କି, ଶ୍ରୀ ମଣିକାନ୍ତ ରାଠୋର ଶ୍ରୀ ଖଡ୍ଗେ ଏବଂ ତାଙ୍କ ପରିବାରବର୍ଗଙ୍କୁ ଜୀବନରୁ ମାରିଦେବା ପାଇଁ ପେଶାଦାର ଗୁଣ୍ଡାଙ୍କୁ ସୁପାରି ଦେଇ ନିୟୋଜିତ କରିଛନ୍ତି । ଏହି ଘଟଣାକୁ ନେଇ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏବଂ ପ୍ରଦେଶ କଂଗ୍ରେସର କୋଷାଧ୍ୟକ୍ଷ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ବିଧାୟକ ଅଧିରାଜ ପାଣିଗ୍ରାହି ଓ ବିଧାୟକ ଏସ୍. ରାଜନ ଏକ୍କା ଝାରସୁଗୁଡ଼ା ଥାନାରେ ଏକ ଏତଲା ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ଏହି ଘଟଣାର ତଦନ୍ତ କରିବା ସହିତ ଦୋଷି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ଉଲ୍ଲେଖ କରିଛନ୍ତି । ଝାରସୁଗୁଡ଼ା ଥାନା ଅଧିକାରୀ ଏ ଏତଲାକୁ ଗ୍ରହଣ କରି ଏଫ୍.ଆଇ.ଆର ରୁଜୁ କରିଛନ୍ତି । ପ୍ରକାଶଥାଉକି ମଣିକାନ୍ତ ରାଠୋର ଜଣେ ପେଶାଦାର ଅପରାଧି । ତାଙ୍କ ନାମରେ ୪୦ ରୁ ଅଧିକ ଅପରାଧିକ ମାମଲା କର୍ଣ୍ଣାଟକର ୟାଦ୍ଗିରି, ଶିବମୋଗା ଏବଂ କାଲାବୁରାଗି ଜିଲ୍ଲାର ବିଭିନ୍ନ ଥାନା ଏବଂ କୋର୍ଟରେ ପଡ଼ିରହିଛି । ଏପରିକି ୟାଦ୍ଗିରି ଜିଲ୍ଲା କୋର୍ଟ ତାଙ୍କୁ ୨ ଟି ଘଟଣାରେ ଦୋଷି ସାବ୍ୟସ୍ତ୍ୟ କରି ଦଣ୍ଡାଦେଶ ଶୁଣାଇଛନ୍ତି । ଶିବମୋଗା ଜିଲ୍ଲା ଅଧିକାରୀ ତାଙ୍କୁ ତାଙ୍କ ଜିଲ୍ଲା ଭିତରକୁ ନ ପଶିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । Categories: ଓଡ଼ିଶା, ଝାରସୁଗୁଡା, ହୋମ୍ Related Content ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026 ନିଆଳି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ : ୫୦ ଛେଳି ମୃତ ୧୫ ରୁ ଊର୍ଦ୍ଧ୍ବ ଅର୍ଦ୍ଧଦଗ୍ଧ by Proprietor Abhimanyu Maharana September 7, 2026 ବିଶ୍ଵହିନ୍ଦୁ ପରିଷଦ ଧାକୁଲେଇ ପ୍ରଖଣ୍ଡ ପକ୍ଷରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ପାଳିତ by Proprietor Abhimanyu Maharana September 7, 2026 ନୁଆଁଖାଇ ଭେଟ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 7, 2026 ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ by Proprietor Abhimanyu Maharana September 7, 2026