Home ଓଡ଼ିଶା ଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କୁ ହତ୍ୟା ଧମକ ବିରୋଧରେ ଝାରସୁଗୁଡ଼ା ଥାନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏତଲା ଦେଲେ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- କର୍ଣ୍ଣାଟକର କାଲାବୁରାଗି ଜିଲ୍ଲା ଚିତ୍ରା ବିଧାନ ସଭାର ବିଜେପି ଦଳର ପ୍ରାର୍ଥୀ ମଣିକାନ୍ତ ରାଠୋର ଅଖିଳ ଭାରତ ଜାତୀୟ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ତାଙ୍କ ପରିବାରବର୍ଗଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିବାର ଏକ ଅଡ଼ିଓ ଟେପ୍କୁ ସର୍ବସାଧାରଣରେ ପ୍ରକାଶ କରାଯାଇଛି । ଏହି ଟେପ୍ରେ ଥିବା ଅଡ଼ିଓ କଥାବାର୍ତ୍ତାରୁ ହତ୍ୟା ଷଡ଼ଯନ୍ତ୍ରର ସମସ୍ତ ପ୍ରମାଣ ଥିବା ଖୁଲାସା କରୁଛି କି, ଶ୍ରୀ ମଣିକାନ୍ତ ରାଠୋର ଶ୍ରୀ ଖଡ୍ଗେ ଏବଂ ତାଙ୍କ ପରିବାରବର୍ଗଙ୍କୁ ଜୀବନରୁ ମାରିଦେବା ପାଇଁ ପେଶାଦାର ଗୁଣ୍ଡାଙ୍କୁ ସୁପାରି ଦେଇ ନିୟୋଜିତ କରିଛନ୍ତି । ଏହି ଘଟଣାକୁ ନେଇ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏବଂ ପ୍ରଦେଶ କଂଗ୍ରେସର କୋଷାଧ୍ୟକ୍ଷ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ବିଧାୟକ ଅଧିରାଜ ପାଣିଗ୍ରାହି ଓ ବିଧାୟକ ଏସ୍. ରାଜନ ଏକ୍କା ଝାରସୁଗୁଡ଼ା ଥାନାରେ ଏକ ଏତଲା ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ଏହି ଘଟଣାର ତଦନ୍ତ କରିବା ସହିତ ଦୋଷି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ଉଲ୍ଲେଖ କରିଛନ୍ତି । ଝାରସୁଗୁଡ଼ା ଥାନା ଅଧିକାରୀ ଏ ଏତଲାକୁ ଗ୍ରହଣ କରି ଏଫ୍.ଆଇ.ଆର ରୁଜୁ କରିଛନ୍ତି । ପ୍ରକାଶଥାଉକି ମଣିକାନ୍ତ ରାଠୋର ଜଣେ ପେଶାଦାର ଅପରାଧି । ତାଙ୍କ ନାମରେ ୪୦ ରୁ ଅଧିକ ଅପରାଧିକ ମାମଲା କର୍ଣ୍ଣାଟକର ୟାଦ୍ଗିରି, ଶିବମୋଗା ଏବଂ କାଲାବୁରାଗି ଜିଲ୍ଲାର ବିଭିନ୍ନ ଥାନା ଏବଂ କୋର୍ଟରେ ପଡ଼ିରହିଛି । ଏପରିକି ୟାଦ୍ଗିରି ଜିଲ୍ଲା କୋର୍ଟ ତାଙ୍କୁ ୨ ଟି ଘଟଣାରେ ଦୋଷି ସାବ୍ୟସ୍ତ୍ୟ କରି ଦଣ୍ଡାଦେଶ ଶୁଣାଇଛନ୍ତି । ଶିବମୋଗା ଜିଲ୍ଲା ଅଧିକାରୀ ତାଙ୍କୁ ତାଙ୍କ ଜିଲ୍ଲା ଭିତରକୁ ନ ପଶିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । Categories: ଓଡ଼ିଶା, ଝାରସୁଗୁଡା, ହୋମ୍ Related Content ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026 ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି by Proprietor Abhimanyu Maharana October 22, 2026 ଖଣ୍ଡପଡା ସହର ସମେତ ଗ୍ରାମାଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଦଶହରା ବହୁ ଧୂମଧାମରେ ପାଳନ କରାଯାଉଛି by Proprietor Abhimanyu Maharana October 22, 2026 ଭୁବନେଶ୍ୱର କୁଆଖାଇ ରେ ପ୍ରସ୍ତୁତ କୁତ୍ରିମ ପୋଖରୀ ରୁ ନର୍ଦମା ପାଣି ପରିକା ବାହାରୁଥିଲା ଦୁର୍ଗନ୍ଧ - ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ଆକ୍ସନ ମୋଡ୍ରେ BMC by Proprietor Abhimanyu Maharana October 22, 2026 ଡୁମେରଚୁଆଁରେ ଭାଲୁ ଆକ୍ରମଣରେ ଜୀବନ ଗଲା, ଏବେ ଭାଲୁ ଆତଙ୍କରେ ଥରୁଛି କଣ୍ଟାବାଞ୍ଜି by Proprietor Abhimanyu Maharana October 22, 2026 କଟକ ୬ଷ୍ଠ ପୋଲିସ ବାଟାଲିୟନ ପକ୍ଷରୁ ସହୀଦ ସ୍ମୃତି ଦିବସ ପାଳିତ by Proprietor Abhimanyu Maharana October 22, 2026