ବିଜେପୁର ଠାରେ ଜନସାଧାରଣଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା

୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବିଜେପୁର :- ଆଜି ଚାଲିଥିବା ଜନଶୁଣାଣିର ମୁଖ୍ୟ ପ୍ରସଂଗ ଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ନ ମିଳିବା ଉପରେ ଲୋକେ ଲେଖି ଜଣାଇଥିଲେ । ପରେ ବିଜେପୁର ଗ୍ରାମବାସୀମାନଙ୍କ ତରଫରୁ ବିଜେପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମସ୍ୟା,କର୍ମଚାରୀ ପୂରଣ, ବନ୍ଦ ହୋଇ ପଡିରହିଥିବା ରକ୍ତ ଭଣ୍ଡାର କୁ କାର୍ଯ୍ୟକ୍ଷମ କରିବାକୁ ଦାବି ଜଣାଇବା ସାଙ୍ଗକୁ ୧୫ ଦିନ ମଧ୍ୟରେ ଯଦି ଦାବୀ ଗୁଡିକ ପୂରଣ କରାନଗଲେ

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଜେପୁର ବନ୍ଦ ସହ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ଲିଖିତ ଭାବରେ ଜଣାଇଛନ୍ତି । ଜନ ଶୁଣାଣୀ ଶିବିରରେ ସମୁଦାୟ ୫୫ ଟି ଆପତ୍ତି ଅଭିଯୋଗ ହୋଇଥିବା ବେଳେ,ଦଳଗତ ଭାବରେ ୧୧ଟି ମାମଲା,ବ୍ୟକ୍ତିଗତ ମାମଲା ୪୪ ଟି,ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ମାମଲା ମାତ୍ର ଦୁଇଟି ଆସି ପହଞ୍ଚିଥିଲା ।

Exit mobile version