
୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକର ଫୁଲନଖରା :- ଆଜି ସନ୍ଧ୍ୟା ସାଢ଼େ ୫ଟାରେ ତୃତୀୟ ପର୍ଯ୍ୟାୟ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଲୋକାର୍ପଣ ରୂପାନ୍ତର ହାଇସ୍କୁଲ କାର୍ଯ୍ୟକ୍ରମ ରେ କଟକର ଫୁଲନଖରା ସ୍ଥିତ ଲକ୍ଷେଶ୍ୱର ହାଇସ୍କୁଲ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଭରଚୁଆଲ ମୋଡ଼ରେ ଲୋକାର୍ପିତ କରାଯାଇଛ ଅଛି । ଲୋକାର୍ପଣର ଭରଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ଙ୍କ ସହ ୫ଟି ସଚିବ ଭି କେ ପାଣ୍ଡିୟାନ ଉପସ୍ଥିତ ରହିଥିଲେ। ଏହା ସହ ଲକ୍ଷେଶ୍ୱର ହାଇସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ରେ ଅତିଥି ଭାବେ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ,ବିଧାୟକ ଦେବୀ ପ୍ରସାଦ ମିଶ୍ର , ବିଧାୟକ ଡ଼ଃ ପ୍ରମୋଦ ମଲ୍ଲିକ , ମେୟର ସୁବାସ ସିଂ ,ଆରଡିସି ଡ଼ଃ ସୁରେଶ ଚନ୍ଦ୍ର ଦଳାଇ , ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି , କମିଶନର ନିଖିଳ ପବନ କଲ୍ୟାଣଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । କଟକ ଜିଲ୍ଲାରେ ୫ଟି ହାଇସ୍କୁଲ ରୂପାନ୍ତରଣ ରେ ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ୯୮ ଟି ହାଇସ୍କୁଲ କୁ ଅନ୍ତର୍ଭୁକ୍ତ କରାଯାଇ ଅଛି। କଟକ ଜିଲ୍ଲାରେ ୫ଟି ହାଇସ୍କୁଲ ରୂପାନ୍ତରଣ ରେ ପ୍ରଥମ ପର୍ଯ୍ୟାୟରେ ୩୦ ଟି , ଦ୍ୱିତୀୟ ପର୍ଯ୍ୟାୟରେ ୧୩୫ ଟି ଓ ଆଜି ତୃତୀୟ ପର୍ଯ୍ୟାୟରେ ୯୮ ଟି , ମୋଟ ୨୬୩ ଟି ହାଇସ୍କୁଲ ରାଉପାନ୍ତରଣ କରାଯାଇଛି ।

