1. ବିଜୁ ଜନତା ଦଳ ମହିଳାଙ୍କୁ ବାରମ୍ବାର ଅପମାନିତ କରୁଛି
2. ନବୀନ ବାବୁଙ୍କ ୨୩ ବର୍ଷ ଶାସନରେ ଓଡିଶାର ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ
3. ମମିତା, ପରୀ, ସ୍ମିତାରାଣୀ, ସୋନାଲିକା ଓ ସଂଯୁକ୍ତାଙ୍କୁ କେବେ ନ୍ୟାୟ ମିଳିବ
4. ରାଜ୍ୟ ସରକାରଙ୍କ ପାଇଁ ମହିଳା ସମ୍ମାନ କେବଳ ନିର୍ବାଚନୀ ମୋହରା

୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଝାରସୁଗୁଡା/ଭୁବନେଶ୍ୱର :- ବିଜେଡି ମୁଖିଆ ନବୀନ ବାବୁ ସର୍ବଦା ମହିଳାଙ୍କ ସମ୍ମାନ, ଆଦର, ସୁରକ୍ଷା କଥା କହୁଛନ୍ତି କିନ୍ତୁ ବାସ୍ତବ ଛବି ଓଡିଶାବାସୀ ସ୍ପଷ୍ଟ ଜାଣନ୍ତି । ବିଜୁ ଜନତା ଦଳ ମହିଳାଙ୍କୁ ବାରମ୍ବାର ଅପମାନିତ କରି ଚାଲିଛି । ମୁଖ୍ୟମନ୍ତ୍ରୀ ଗୋଟିଏ ମିଛକୁ ବାରମ୍ବାର ଦୋହରାଇ ସତ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି । ବିଜେଡି ସରକାରଙ୍କ ମହିଳା ସମ୍ମାନର ମିଛ ପେଡି ଖୋଲିଲେ ଘଂଟା ଘଂଟା ବିତିଯିବ । ନବୀନ ବାବୁଙ୍କ ୨୩ବର୍ଷ ଶାସନରେ ଓଡିଶାର ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ଏକାଥା ଏନସିଆରବି ରିପୋର୍ଟରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ଜଣେ ସାଧାରଣ ପରିବାର ଝିଅ ମମିତା ମେହେର କଲେଜରେ ପାଠପଢ଼ାଇ ତାର ପରିବାର ଚଳାଉଥିଲା କିନ୍ତୁ ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନା ବାରମ୍ବାର ମହାଲିଙ୍ଗ କଲେଜକୁ ଯାଇ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ ।
