୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ବ୍ଲକ୍ ରେ ଉନ୍ନୟନମୂଳକ କାର୍ଯ୍ୟ ଠିକ୍ ସମୟରେ ସମାପନ ହେବାପାଇଁ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର ଗୁରୁତ୍ୱାରୋପ କରିଛନ୍ତି ।ତତ୍ ସହିତ ନୂଆଗାଁ ବ୍ଲକ୍ କୁ ଏକ ନଂ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ ସହ ସର୍ଭେ କେନ୍ଦ୍ର ପରିଦର୍ଶନ କରିଛନ୍ତି ବିଡ଼ିଓ ସଚିଦା ନନ୍ଦ ମିଶ୍ର ।
ସୂଚନା ଥାଉକି କାପ୍ତା ପଲ୍ଲୀ, ଘଡେଇବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବହାଡ ଝୋଲା, ବେରୁଆଁ ବାରି ଉଚ୍ଚ ବିଦ୍ୟାଳୟ , ବେରୁଆଁ ବାରି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଚାଲିଥିବା ସର୍ଭେ କେନ୍ଦ୍ର ପରିଦର୍ଶନ କରିବା ସହ ସର୍ଭେ ର ଉଦେଶ୍ୟ ଉପରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ ବିଡ଼ିଓ । ତତ୍ ସହିତ ବେରୁଆଁ ବାରି ର ଅମୃତ ସରୋବର ପ୍ରକଳ୍ପ ଏବଂ ବେରୁଆଁ ବାରି ୫ ଟି ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ ଠିକ୍ ସମୟରେ ଉନ୍ନୟନମୂଳକ କାର୍ଯ୍ୟ ସମାପନ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଆଦିତ୍ୟ ଜେନା ଙ୍କୁ କହିଥିଲେ ।
