ଖଣ୍ଡଗିରି ସବ୍ ରେଷ୍ଟି ଅଫିସରେ ଜାଲିଆତି ରେ ଚାଲିଛି ଜମି ବିକ୍ରୀ କାର୍ଯ୍ୟ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା ଜିଲ୍ଲା :- ଭୁବନେଶ୍ୱରର ଖଣ୍ଡଗିରି ସବ୍ ରେଷ୍ଟି ଅଫିସରେ ଦୈନଦିନ ଜମି କିଣା ବିକା କାର୍ଯ୍ୟ ହେଉଛି । ଯାହା ଫଳରେ ଅନେକ ବ୍ୟକ୍ତି ଗୋଟିଏ ଜମିକୁ ଦୁଇଦୁଇ ଥର ଚଞ୍ଚକତା କରି ଜମି ବିକ୍ରୀ କରୁଥିବା ଘଟଣା ଏବେ ଲୋକ ଲୋଚନକୁ ଆସିଛି । ବିଭିନ୍ନ ଅଫିସରେ ଦୁର୍ନୀତି କୁ ହଟାଇବା ପାଇଁ ନବୀନ ବାବୁଙ୍କ ମୋ ସରକାର ସାଇନବୋର୍ଡ଼ ଲଗାଯାଇଛି ।  ହେଲେ ଖଣ୍ଡଗିରି ସବ ରେଷ୍ଟି କାର୍ଯ୍ୟାଳୟରେ ବେଧଡ଼କ ଭାବେ ଦୁର୍ନୀତି କାର୍ଯ୍ୟ ଚାଲୁଛି । ଦୀର୍ଘ ଦୁଇ ତିନିବର୍ଷ ତଳେ ଚନ୍ଦକା ଥାନା ସୁନ୍ଦରପୁର ମୌଜାରେ ଜାଲିଆତିରେ ଜମି ବିକ୍ରୀ ଖର୍ଦ୍ଧି ଘଟଣା ଜଣାଡିବାରୁ ଏହି ମୌଜାରେ ଜମି କିଣା ବିକା ବନ୍ଦ ରହିଥିଲା ।  ଏବେ ଏହାର ପୁନରାବୃତ୍ତି ଆରମ୍ଭ ହୋଇଛି ।ସୁନ୍ଦରପୁର ମୌଜାର ବାପା ବିକ୍ରି କରିଥିବା ଜମିକୁ ପୁଅ ଆଉ ଥରେ ବିକ୍ରି କରିବା ପାଇଁ କାଗଜପତ୍ର ଖଣ୍ଡଗିରି ସବ ରେଷ୍ଟି କାର୍ଯ୍ୟାଳୟରେ ଦାଖଲ କରିଛି । ଏହି କାର୍ଯ୍ୟରେ ହଂସପାଳ ଅଞ୍ଚଳର ଜମି ବ୍ରୋକର ବାବୁଲି ବାବୁ ମୁଖ୍ୟ କାର୍ପଟଦାର ସାଜିଥିବା ଶୁଣିବାକୁ ମିଳୁଛି । ଖଣ୍ଡଗିରି ସବ୍ ରେଷ୍ଟିରେ ଏବେ ଜମି ବ୍ରୋକରଙ୍କ ଭିଡ଼ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବ୍ରୋକର ମାନେ ଖଣ୍ଡଗିରି ସବ ରେଷ୍ଟି କାର୍ଯ୍ୟାଳୟର ବଡ଼ ବାବୁଙ୍କୁ ହାତରେ ରଖି ଗୋଟିଏ ଜମିକୁ ଦୁଇ ଦୁଇ ଥର ବିକ୍ରୀ କରିବାରେ ସଫଳ ହେଉଛନ୍ତି ।ପୂର୍ବରୁ ଜମି କିଣିଥିବା ବ୍ୟକ୍ତିର ଜମି ପଟ୍ଟାକୁ କମ୍ପ୍ୟୁଟରରୁ ହଟ୍ଟାଯାଇ ପୂର୍ବରୁ ବିକ୍ରୀ କରିଥିବା ଲୋକର ପଟାକୁ ଦର୍ଶାଯାଇ ଜମି ବିକ୍ରୀ କରାଯାଉଛି । ଏଠାରେ ବ୍ୟାପକ ଜାଲିଆତି କରାଯାଇ ମଲା ଲୋକର ଜମିକୁ ଅନ୍ୟ ବ୍ୟକ୍ତିମାନେ ବିକ୍ରୀ ମଧ୍ୟ କରିଦେଉଛନ୍ତି ।  ଏହି ସବୁ କାର୍ଯ୍ୟ ଖଣ୍ଡଗିରି ସବ୍ ରେଷ୍ଟି ଅଫିସରେ ସମ୍ଭବ ହୋଇପାରୁଛି । ଏହି ଅଫିସରେ ଥିବା ବଡ଼ ବାବୁ ଏବଂ ଅନ୍ୟମାନେ ନବୀନ ବାବୁଙ୍କ ସ୍ୱଛ ନିର୍ମଳ ଭାବମୂର୍ତ୍ତିକୁ ବେଖାତିର କରି ଜାଲିଆତିକୁ ପ୍ରସୟ ଦେଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ରହୁଛନ୍ତି । ଚନ୍ଦକା ଥାନା ସୁନ୍ଦରପୁର ମୌଜାରରେ ଥିବା ଖାତା ନମ୍ବର- ୪୨୮ ପ୍ଲଟ ନମ୍ବର ୫୨ ୫୪,୫୮,୫୯,୬୦,୬୫ ,୬୬, ୬୯ ,୭୧,୭୨ ୭୯ ,୭୭/୮୦୫ ଆଦି ରିଜିମାଇଲ ସତ୍ୱକୁ ଜଣେ ବ୍ୟକ୍ତି ଦୁଇ ଟି ବାପାର ପୁଅ ଦର୍ଶାଇ ମନଇଚ୍ଛା ଜମି ବିକ୍ରି କରିଚାଲିଛି । ସବ୍ ରେଷ୍ଟିର କେତେକ କର୍ମଚାରୀଙ୍କୁ ହାତକରି ମୂଲ୍ୟବାନ ଜମି ବିକ୍ରୀକରି ,କୋଟି କୋଟି ଟଙ୍କା ହାତେଇବା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । ସଂପୃକ୍ତ ବ୍ୟକ୍ତି ଜଣକୁ ସବ୍ ରେଷ୍ଟିର କର୍ମଚାରୀ ମାନେ ଜାଣିଶୁଣି ଏପରି କାର୍ଯ୍ୟ କରିବାରେ ସଂପୂର୍ଣ୍ଣ ସହଯୋଗ ରହୁଛି ।  ପୂର୍ବରୁ ରୁ ବିକ୍ରି ସରିଥିବା ଜମିକୁ ପୁଣି ବିକ୍ରୀ କରିବା ପାଇଁ ଖଣ୍ଡଗିରି ସବ୍ ରେଷ୍ଟିରେ କାଗଜ ପତ୍ର ଦାଖଲ କରିଛନ୍ତି । ଏହି ବ୍ୟକ୍ତି ଗୋଟିଏ ପଟା ପାଇଁ ଦୁଇ ଲକ୍ଷ ଟଙ୍କା ଦେଇ ଫରଜରୀ ପଟ୍ଟା ହାସଲ କରି ଏଭଳି ଜମି ବିକ୍ରୀବା କାର୍ଯ୍ୟ ଅନାୟସରେ ଚଳାଇଛନ୍ତି ।ରିଜିମାଇଲ ସଂପତ୍ତି ବିକ୍ରୀ କରିବାକୁ ଯାଉଥିବା ବ୍ୟକ୍ତିଙ୍କ ଠାରୁ ସବ୍ ରେଷ୍ଟି ର କର୍ମଚାରୀ ମାନେ ଲିଗାଲ୍ ହେୟାର ଯାଞ୍ଚ ନକରିବା କେତେ ଦୂର ଆଇନ ସମତ ବୋଲି ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ଏହି ଘଟଣାରେ ଜଡ଼ିତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସିପାବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Exit mobile version