ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୋଡ -୪, ୟୁନିଟ -୯ , ଭୁନେଶ୍ବର ର 1980 ବ୍ୟାଚର ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ

୩୦/୦୪/୨୦୨୩ , ଓଡ଼ିଶା ତାଜା ନିଉଜ୍ ର କ୍ୟାମେରାଟି ଗୋଟେ ଭିନ୍ନ ବନ୍ଧୁତାର ଭାଇଚାରାକୁ ଆମ ରିପୋର୍ଟର ଶ୍ରୀ ଅଭିମନ୍ୟୁ ମହାରଣା ତାଙ୍କ କଲମ ମୁନରେ ଜୀବନ୍ତ କରିଛନ୍ତି ।

ପ୍ରାୟ ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନେ ଦୀର୍ଘ ୪୨ବର୍ଷ ପରେ ୟେକାଠି ହୋଇ ଛୋଟ ବେଳର ସୃତିକୁ ପୁନଃ ଉଦ୍ଧାର କରିଥିବାର ଦେଖିବାକୁ ମିଳିଥିଲା ।

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ଵର :- ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୋଡ -୪, ୟୁନିଟ -୯ , ଭୁନେଶ୍ବରର ୧୯୮୦ ମସିହାରେ ଅଧ୍ୟୟନରତ ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଇଉନିଟ -୪, ହୋଟେଲ ଶ୍ରୁ ତୃପ୍ତି, ଛାୟା କମ୍ପ୍ଲେକ୍ସ (ଏକ ଘରୋଇ ହୋଟେଲ ) ରେ ଗୋଟେ ବନ୍ଧୁ ମିଳନ ତା ୩୦/୦୫/୨୦୨୩ ମଧ୍ୟାହ୍ନ ସମୟରେ ଅନୁଷ୍ଠିତ ହେଇଯାଇଅଛି । ପ୍ରାୟ ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଦୀର୍ଘ ୪୨ ବର୍ଷ ପରେ ଏକାଠି ହୋଇ ଛୋଟ ବେଳର ସୃତିକୁ ପୁନଃ ଜୀବିତ କରିଥିବାର ଦେଖିବାକୁ ମିଳିଥିଲା । ପରସ୍ପର ମଧ୍ୟରେ ଗୀତ, ନାଚ ଓ ସ୍ନେହ – ମମତା ଆଦି ଆଦାନ ପ୍ରଦାନ ର ମୁହୂର୍ତ୍ତ ବେଶ୍ ଉପଭୋଗ୍ୟ ହୋଇଥିଲା । ୫-୭ ବର୍ଷ ବୟସର ବନ୍ଧୁତ୍ଵ ଦୀର୍ଘ ୪୨ ବର୍ଷ ପରେ ୪୮- ୫୦ ବର୍ଷ ବୟସରେ ତାର ପୁନରାବୃତ୍ତି ସମସ୍ତଙ୍କର ହୃଦୟକୁ ସ୍ପର୍ଶ କରିଥିଲା ସମସ୍ତ ସାଙ୍ଗମାନଙ୍କ ମୁହଁରେ ହସର ଲହରୀ ଦେଖିବାକୁ ମିଳିଥିଲା ଓ ତାସହିତ ଦେଖିବାକୁ ମିଳିଥିଲା କିଛି ବନ୍ଧୁ ବାନ୍ଧବୀ ଙ୍କ ଭାବ ବିହୂଳ ଖୁସିର ଲୁହ ଯାହା ପାଇଁ ଆମକୁ ଏକ ପରିବାର ର ମୋହ ଭରିଦେଇଛି । ଏହି ବନ୍ଧୁ ମିଳନର ଆୟୋଜକ ମାନଙ୍କୁ ଆମ ନିଉଜ ଚାନେଲ ତରଫରୁ ଧନ୍ୟବାଦ୍ ସହ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ଓ ସେମାନଙ୍କ ପରିବାରର ଉତ୍ତରୋତର ଉନ୍ନତି କାମନା କରୁଛୁ । ଜୟ ଜଗନ୍ନାଥ

Exit mobile version