ହିତଅଧିକାରୀକୁ ବ୍ଳକ ପ୍ରଶାସନ ଦେଇଥିବା ବିଜୁପକ୍କା ଘର ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ଭାଙ୍ଗିଲେ

୧୪ ପରିବାର ମଧ୍ୟରୁ ୧୩ପରିବାରକୁ ଉଚ୍ଛେଦ କରାଯାଇଥିବା ବେଳେ ସେଥିମଧ୍ୟରୁ ଗୋଟିଏ ବିଜୁ ପକ୍କାଘରକୁ ଉଚ୍ଛେଦ କରା ନଯାଇ ତହସିଲ ପ୍ରଶାସନ ଏହାକୁ ସିଲ କରି ଦେଇଥିଲେ ।

ବାସହୀନଙ୍କୁ ଆବାସ ଯୋଜନାରେ ସାମିଲ କରି ପଟ୍ଟା ନଥିବା ସ୍ଥାନରେ ବିଜୁ ପକ୍କା ଘର କଲା ପରେ ପ୍ରଶାସନ ଉଚ୍ଛେଦ କରିବା ବିଷୟ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇ ଏହା ଏକ ପ୍ରଶ୍ନ ବାଚି ସୃଷ୍ଠି ହେଇଛି ।

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି  :- ଗଜପତି ଜିଲ୍ଲା ନୂଆଗଡ଼଼ ସଦରମହକୁମା ଠାରେ ନୂତନ ଭାବେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ସେଠାରେ ରହିଥିବା ବିଜୁ ପକ୍କାଘରକୁ ଉଚ୍ଛେଦ କରିଛି ପ୍ରଶାସନ । ବର୍ତମାନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ସରକାରୀ ଜମିରେ ଦୀର୍ଘ ବର୍ଷ ଧରି ୧୪ ଗରିବ ପରିବାର କୁଡି଼ଆ ଘର କରି ରହିଆସୁଥିଲେ । ଏହା ମଧ୍ୟରେ ଗୋଟିଏ ବିଜୁ ପକାଘର ରହିଥିଲା । ସେହି ଜମିକୁ ବସଷ୍ଟାଣ୍ଡ ନିର୍ମାଣାରଥେ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ କରି ୧୭/୩/୨୦୨୧ ମସିହାରେ ରହୁଥିବା ପରିବାରକୁ ଉଚ୍ଛେଦ କରି ଦିଆଯାଇଥିଲା ।୧୪ ପରିବାର ମଧ୍ୟରୁ ୧୩ପରିବାରକୁ ଉଚ୍ଛେଦ କରାଯାଇଥିବା ବେଳେ ସେଥିମଧ୍ୟରୁ ଗୋଟିଏ ବିଜୁ ପକ୍କାଘରକୁ ଉଚ୍ଛେଦ କରା ନଯାଇ ତହସିଲ ପ୍ରଶାସନ ଏହାକୁ ସିଲ କରି ଦେଇଥିଲେ । ସୂଚନା ଅନୁଯାୟୀ ଜିଲ୍ଲା ପ୍ରଶାସନ ନିର୍ଦ୍ଧେଶ କ୍ରମେ ଗତ କାଲି ସ୍ଥାନୀୟ ତହସିଲଦାର କୁରେଶ ଚନ୍ଦ୍ର ଜାନୀଙ୍କ ସମେତ ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଙ୍ଗସ୍ଦା, ଖଜୁରୀପଦା ଫାଣ୍ଡି ଅଧିକାରୀ ଡି.ଗଜପତି, ଉପସ୍ଥିତ ରହି ଉକ୍ତ ବିଜୁ ପକ୍କାଘର ଟିକୁ ଜେସିବି ସାହାଯ୍ୟରେ ଭଙ୍ଗା ଯାଇଥିଲା ।ପରିବାର ଲୋକେ କହିବା ଅନୁଯାୟୀ ନୂଆଗଡ଼ ତହସିଲଦାର ସାତଦିନ ମଧ୍ୟରେ ଘର ଖାଲି କରିବା ପାଇଁ ଘର ମୁଖିଆ ମନୋଜ କୁମାର ସାହୁଙ୍କୁ ଏକ ନୋଟିସ ପୂର୍ବଦିନ ସନ୍ଧ୍ୟାରେ ଜାରି କରିଥିଲେ କିନ୍ତୁ ନୋଟିସ ଦେବାର କିଛି ସମୟ ପରେ ପୁଣି ଫେରସ୍ତ ନେଇ ଆରଦିନ ସକାଳେ ପୋଲିସ ଫୋର୍ସ ସହ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଘରକୁ ଉଚ୍ଛେଦ କରିଥିଲେ । ବାସହୀନଙ୍କୁ ଆବାସ ଯୋଜନାରେ ସାମିଲ କରି ପଟ୍ଟା ନଥିବା ସ୍ଥାନରେ ବିଜୁ ପକ୍କା ଘର କଲା ପରେ ପ୍ରଶାସନ ଉଚ୍ଛେଦ କରିବା ବିଷୟ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇ ଏହା ଏକ ପ୍ରଶ୍ନ ବାଚି ସୃଷ୍ଠି ହେଇଛି । ଏ ବିଷୟ ନେଇ ତାହସିଦାରଙ୍କୁ ପଚାରି ବୁଝିବାରୁ ମୁଁ କିଛି କହିପାରିବିନି କହି ସଂପୂର୍ଣ୍ଣ ମନା କରି ଦେଇଛନ୍ତି ।

Exit mobile version