
୬ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପରିବର୍ତିତ ଦୁନିଆରେ ବ୍ୟବସାୟଗୁଡିକୁ ପ୍ରାସଙ୍ଗିକ ରହିବା ପାଇଁ ନୂତନ ମାନବସମ୍ବଳ ଧାରା ସହ ଜଡିତ ହେବାକୁ ପଡିବ । ଏହି ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ ବିଭିନ୍ନ କ୍ଷେତ୍ରର ସଂଗଠନଗୁଡିକ କାର୍ଯ୍ୟକ୍ଷେତ୍ରରେ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱ ଦେବା ଉଚିତ । ଡାଇଭର୍ସିଅସ୍ ଓ ପିଏନଭି ଫାଉଣ୍ଡେଶନ ପକ୍ଷରୁ ମିଳିତ ଭାବେ ଭୁବନେଶ୍ୱରରେ ଆଜି ଆୟୋଜିତ ଏଚ୍ଆର୍ କନ୍କ୍ଲେଭ୍ ଆଇକେଏଏଆଇରେ ଯୋଗ ଦେଇଥିବା ବିଶେଷଜ୍ଞ ଓ ବକ୍ତାମାନେ କର୍ପୋରେଟ୍ ଦୁନିଆକୁ ଅଧିକ ଅନ୍ତର୍ଭୁକ୍ତୀକରଣ କରିବା ପାଇଁ କାର୍ଯ୍ୟକ୍ଷେତ୍ରରେ ବିବିଧତାର ଆହ୍ୱାନ ଦେଇଛନ୍ତି । ସେମାନେ ସଂସ୍ଥାଗୁଡିକୁ ଅଧିକ ମଜଭୁତ ଓ ପ୍ରଭାବୀ କାର୍ଯ୍ୟକ୍ଷେତ୍ର ନିର୍ମାଣ କରିବାରେ ସାହାଯ୍ୟ କରିବା ପଇଁ ପ୍ରଭାବୀ ଶ୍ରମଶକ୍ତି ଅଭ୍ୟାସ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ସମ୍ମିଳନୀ ଡାଇଭର୍ସିଅପର ପ୍ରତିଷ୍ଠାତା, ଅର୍ଚ୍ଚନା ମିଶ୍ରଙ୍କ ସ୍ୱାଗତ ସମ୍ବୋଧନ ସହିତ ଆରମ୍ଭ ହୋଇଥିଲା । ଡାଇଭର୍ସିଅସ୍ ହେଉଛି ଏକ ଷ୍ଟାର୍ଟଅପ୍ ଯାହା ଏକ ଦକ୍ଷ, ବହୁମୂଖୀ, ସମାନ ଓ ସମାବେଶୀ (ଡିଇଆଇ) କାର୍ଯ୍ୟକ୍ଷେତ୍ର ଚାହୁଁଥିବା ସଂସ୍ଥାଗୁଡିକର ଆକାଂକ୍ଷିତ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଉତ୍ସାହର ସହ କାର୍ଯ୍ୟ କରିଥାଏ । ନିଜ ସମ୍ବୋଧନରେ ଅର୍ଚ୍ଚନା ମିଶ୍ର କହିଛନ୍ତିଯେ, ‘ଅନେକ ସଂସ୍ଥା ନିଯୁକ୍ତି ପାଇଁ ପ୍ରସ୍ତୁତ ଥିଲେ କିନ୍ତୁ ଦକ୍ଷ ପ୍ରାର୍ଥୀମାନଙ୍କର ବହୁମୂଖୀ ଶୃଙ୍ଖଳାକୁ ସନ୍ଧାନ କରିବା କଷ୍ଟକର ଥିଲା । ଡାଇଭର୍ସିଅସ୍ ସୋସାଇଟି ଏହି ଅନ୍ତରକୁ ଦୂର କରିବା ପାଇଁ ପ୍ରାର୍ଥୀମାନଙ୍କୁ ଚୟନ କରିବା ଆରମ୍ଭ କରିଥିଲା । ଏହି ଯାତ୍ରାରେ ଡାଇଭର୍ସିଅସ୍ ବୁଝିଥିଲା ଯେ, ଏହି ଅନ୍ତରକୁ ଦୂର କରିବା ପାଇଁ ଏହାକୁ ସଚେତନତା ଓ ଦକ୍ଷତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ଏବଂ ତାହା ଏହି ପ୍ଲାଟ୍ଫର୍ମ ‘ଆଇକେଏଏଆଇ’ ଗଠନ କରିବା ପଛର ମୁଖ୍ୟ ପ୍ରେରଣା ଥିଲା ।’ ଆକ୍ସିସ୍ ଟ୍ରଷ୍ଟି ସର୍ଭିସେସ୍ର ଏମ୍ଡି ଓ ସିଇଓ, ଦୀପା ରଥ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତିଯେ, ‘ଏକ ସଂଗଠନର ଅଭିବୃଦ୍ଧି ପାଇଁ ଡିଇଆଇର ଅନୁପାଳନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏକ ସଂଗଠନର ଲିଡରମାନେ ଏହାର ବ୍ୟବସ୍ଥା କରିବା ଉଚିତ ଏବଂ ଅନ୍ତର୍ଭୁକ୍ତୀକରଣକୁ କାର୍ଯ୍ୟକାରୀ କରିବା ପାଇଁ ସହକର୍ମୀଙ୍କୁ ସାହାଯ୍ୟ କରିବା ଉଚିତ । ବିଭିନ୍ନ ସ୍ତରରେ ଡିଇଆଇକୁ କାର୍ଯ୍ୟକାରୀ କରିବା ବ୍ୟତୀତ, ସେବି ଏଲ୍ଓଡିଆର୍ ନିର୍ଦ୍ଦେଶାବଳୀ କହୁଛି ଯେ, ଏକ ତାଲିକାଭୁକ୍ତ କମ୍ପାନୀର ପ୍ରତ୍ୟେକ ବୋର୍ଡରେ ମହିଳା ନିର୍ଦ୍ଦେଶକମାନଙ୍କ ପ୍ରତିନିଧି ରହିବା ଉଚିତ ।

