ମା ଗାଳି ଦେବରୁ ଘର ଛାଡି ପଳେଇଲା ନାବାଳକ ପୁଅ

୬ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆୟୁଷ୍ମୁମାନଙ୍କୁ ତାଙ୍କ ମା କଥା ଏତେ ବାଧିଥି ସେ ଗତ ୨୯ ତାରିଖ ରାତିରୁ ଘରଛାଡି କୁଆଡେ ପଳାଇଯାଇଛନ୍ତି । ଖରା ଛୁଟି ଥିବାରୁ ଆୟୁଷ୍ମାନ ସ୍କୁଲ ଯାଉ ନଥିଲେ । ପାଠ ନ ପଢ଼ି ବାହାରେ ସାଙ୍ଗସାଥୀଙ୍କ ସହ ଚାରିଆଡେ ବୁଲାବୁଲି କରୁଥିଲେ । ଏଥିପାଇଁ ମା’ ଆୟୁଷ୍ମାନ ଉପରେ ବିରକ୍ତ ହୋଇଥିଲେ ଓ ପାଠ ପଢ଼ିବା ପାଇଁ ତାଗିଦ କରିଥିଲେ ।

ଆୟୁଷ୍ମାନଙ୍କୁ ତାଙ୍କ ମା’ଙ୍କ କଥା ଏତେ ବାଧିଥିଲା ସେ ଗତ ୨୯ ତାରିଖ ରାତିରୁ ଘର ଛାଡ଼ି କୁଆଡେ ପଳାଯାଇଛନ୍ତି । ପରିବାର ଲୋକେ ତାଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ, ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା । ଶେଷରେ ପରିବାର ଲୋକେ ଗତାଲି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଆୟୁଷ୍ମାନଙ୍କ ମା’ କହିଛନ୍ତି, ପୁଅ କଥା ବହୁତ ମନେପଡ଼ୁଛୁ । ପୁଅ ତୁ ଯୁଆଡେ ଯାଇଛୁ ଫେରିଆ ।

Exit mobile version