
କଲେଜର ଶେଷ ବର୍ଷର ବିଦ୍ୟାର୍ଥୀ ମାନଙ୍କୁ ତାଙ୍କର ସାନ ଭାଇ ଭଉଣୀ ମାନେ ବିଦାୟ ର ଶୁଭକାମନା ଜ୍ଞାପନ କରିଥିଲେ ।

ଶେଷ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ କିଛି ନୀତିଶିକ୍ଷା ଦେବା ସହିତ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ : କଲେଜ ର ଅଧକ୍ଷ ଶ୍ରୀ ସଞ୍ଜୟ ସାହୁ
୬ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା ଜିଲ୍ଲା ପୁବୁସାହି :- ନିଉଷ୍ଟାର ବିଜ୍ଞାନ ମହାବିଦ୍ୟାଳୟ ରେ +୩ ଛାତ୍ର , ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ପୁବୁସାହି ସ୍ଥିତ ନିଉଷ୍ଟାର ବିଜ୍ଞାନ ମହାବିଦ୍ୟାଳୟରେ ବଡ ଆଡମ୍ୱର ସହକାରେ +୩ରେ ଶିକ୍ଷା ଅଧୟନ କରୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ କଲେଜର ଶେଷ ବର୍ଷ ର ବିଦ୍ୟାର୍ଥୀ ମାନଙ୍କୁ ତାଙ୍କର ସାନ ଭାଇ ଭଉଣୀ ମାନେ ବିଦାୟ ର ଶୁଭକାମନା ଜ୍ଞାପନ କରିଥିଲେ । ଏଥିରେ ସଭାକାର୍ଯ୍ୟର ଅୟୋଜନ କରାଯାଇ ଛାତ୍ର ସିଦ୍ଧାର୍ଥ ସାହୁ , ରୋଜାଲିନ , ଅର୍ଚ୍ଚନା ଙ୍କ ଦ୍ଵାରା ମଞ୍ଚ ପରିଚାଳନା କାର୍ଯ୍ୟ କରାଯାଇଥିଲା । ଏବଂ କଲେଜ ର ଅଧକ୍ଷ ଶ୍ରୀ ସଞ୍ଜୟ ସାହୁ , ଶ୍ରୀମତି ସୁଜାତା ସାହୁ ଅତିଥି ରୁପେ ବରିଷ୍ଠ ପ୍ରଫେସର ଗଙ୍ଗାଧର ନନ୍ଦ , ପ୍ରଫେସର ଲକ୍ଷ୍ମୀଧର ସାହୁ , ପ୍ରଫେସର ସସ୍ମିତା ବରାଳ , ପ୍ରଫେସର ଆଶୁତୋଷ ସୁବୁଦ୍ଧି , ଚୈତନ୍ୟ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଶେଷ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ କିଛି ନୀତିଶିକ୍ଷା ଦେବା ସହିତ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ବିଦାୟ ସମ୍ବର୍ଦ୍ଧନା ନେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେବା ସହିତ ସାନ ଭାଇ ଭଉଣୀ ମାନଙ୍କୁ ମନେ ରଖିବା ପାଇଁ କିଛି ଉପହାର ବିତରଣ କରଯାଇଥିଲା । ଏହା ପରେ କଲେଜ୍ ବିଷୟରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ସଭା ଶେଷରେ ସଂଯୋଜକ ତ୍ରିନାଥ ସ୍ଵାଇଁ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଚିତ୍ତ ରଞ୍ଜନ ସାହୁଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରାଯିବା ସହ ମଞ୍ଚାସୀନ ଅତିଥି ମାନଙ୍କ ହାତରେ ସେମିନାରର ପୁରସ୍କାର ବିତରଣ କରାଯାଇଥିଲା ।
