ଚବିଶ ପ୍ରହର ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବଲାଙ୍ଗିର :- ପାଟଣାଗଡ଼ ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଠାରେ ଚବିଶ ପ୍ରହର ନାମ ଯଜ୍ଞ ପାଇଁ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତକଳସ ଶୋଭାଯାତ୍ରା ରେ ଗାଁ ନିକଟସ୍ଥ ପୋଖରୀ ରୁ ପୂର୍ଣ୍ଣ କଳସ ପାଣି ଆଣି ଯଜ୍ଞ ମଣ୍ଡପ ରେ କଳସ ସ୍ଥାପନ କରାଯାଇଛି । ଉକ୍ତ ନାମ ଯଜ୍ଞ ରେ ପୂଜା କର୍ତ୍ତା ଭାବରେ ରେଭେନ୍ସା ମଲ୍ଲିକ ଓ ତାଙ୍କ ଧର୍ମପତ୍ନୀ କୌସଲ୍ୟା ମଲ୍ଲିକ ଥିବା ବେଳେ ପୂଜକ ଭାବରେ ସଂଜୀବ କୁମାର ଯୋଷୀ ଓ ଜପକ ଭାବରେ ଥିବା ପଞ୍ଚାନନ ଯୋଷୀ ଥିବା ବେଳେ ତେନ୍ତୁଳି ମୁଣ୍ଡା ଗ୍ରାମ ବାସୀ ସହଯୋଗ ରେ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଥିବା କମିଟି ପକ୍ଷରୁ ସୂଚନା ମିଳିଛି । ଏହି ନାମ ଯଜ୍ଞ ରେ ୧୮ ଟି ସଙ୍କୀର୍ତ୍ତନ ଦଳ ଅଂଶଗ୍ରହଣ କରିବେ ଓ ସେଥତ୍ମଧ୍ୟରୁ । ୬ ଟି ମହିଳା ସଙ୍କୀର୍ତ୍ତନ ଦଳ ଯୋଗ ଦେବେ ବୋଲି କମିଟ ପକ୍ଷରୁ ସୂଚନାମିଳିଛି । ଏହି ନାମ ଯଜ୍ଞ ଟି ଆସନ୍ତା କାଲି ନାମାରମ୍ଭା ହେଇ ଆସନ୍ତା ବୁଧବାର ଦିନ ପୂର୍ଣ୍ଣାହୁତି ହେବ ବୋଲି କମିଟ ପକ୍ଷରୁ ସୂଚନା ମିଳିଛି ।

Exit mobile version