
୫ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ୭ ଓ ଆରା, ଉଦୟଗିରି ୭ ହାଇସ୍କୁଲ ରୂପାନ୍ତରିତ ଲୋକାପିତ । ଗୁରୁବାର ଗଜପତି ଜିଲ୍ଲାର ୮୦ଟି ହାଇସ୍କୁଲ ମୂଖ୍ୟମନ୍ତ ନବୀନ ପଟ୍ଟନାୟକ ଲୋକାପିତ କରିଥିଲେ । ଗଜପତି ରାଇଗଡା ହାଇସ୍କୁଲ ଠାରେ ଜିଲ୍ଲାର ତୃତୀୟ ପ୍ରର୍ଯ୍ୟାୟରେେ ୮୦ଟି ହାଇସ୍କୁଲର ରୁପାନ୍ତରିତ ହୋଇଥିବା ହାଇସ୍କୁଲ ଗୁଡିକୁ ମାନ୍ୟବର ମୃଖ୍ୟମନ୍ତୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାପିତ କରିଥିଲେ । ସେଥି ମଧ୍ୟରୁ ନୂଆଗଡ ବ୍ଳକରର ୭ଟି ଓ ଆର,ଉଦୟଗିରି ୭ ହାଇସ୍କୁଲ ଲୋକାପିତ ହୋଇଥିବା ଜଣାପଡିଛି । ନୁଆଗଡ ବ୍ଳକର ଲୋକାପିତ ହୋଇଥିବା ହାଇସ୍କୁଲ ହେଲା ପୁଟୁରୁପଡା, ଟାଙ୍ଗିଲି, ଅନୁଗୁରୁ, କିରାମା,ଏସ ଏସ ଟି ହାଇସ୍କୁଲ ଦୋଘରିଆ, ଅନ୍ତରଡା ପଞ୍ଚାୟତର ପାଲେରି ହାଇସ୍କୁଲ, ଆର,ଉଦୟଗିରି ବ୍ଳକର ପୁରୁଣାପାଣି, ସିଆଲିଳଟି, ଟିକାମାଳ, ମଙ୍ଗରାଜପୁର, ଅନଗାଁ , ଏସ ଏସ ଟି ରାମଗିରି ହାଇସ୍କୁଲ ଏବଂ ତବାରସିଂ ହାଇସ୍କୁଲ ଏହି ବିଦ୍ୟାଳୟରେ ଦୁଇଟି ଲେଖାଏ ସ୍ମାଟ୍ କ୍ଳାସ୍ ରୁମୁ, ସ୍ମାଟ୍ ବୋର୍ଡ, ଆକର୍ଷଣୀୟ ବେଞ୍ଚ, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଗୋଟିଏ ଇ – ଲାଇବେରି, ଗୋଟିଏ ବିଜ୍ଞାପନଗାର ଓ ଗୋଟିଏ ଲାଇବେରି, ଉଭୟ ଛାତ୍ରଛାତ୍ରୀଙ୍କ ପାଇଁ ବିନ୍ନ ବିନ୍ନ ସ୍ବଛା ପରିସ୍ତ୍ରାଗାର, କ୍ରୀଡା ଭିତ୍ତିଭୂମିର ବିକାଶ ସହ ଅତ୍ୟାଧିନିକ କାର୍ଯ୍ୟକଳାପର ବିକାଶ ଆଦି ହୋଇଛି ଏ । ୫-ଟି ହାଇସ୍କୁଲ ମଧ୍ୟରେ ରୁପାନ୍ତର ମାଧ୍ୟମରେ ସୁନ୍ଦର ବାତାବରଣ ସୃଷ୍ଟି କରାଯାଇଅଛି ଯାହାଫଳରେ ଛାତ୍ରଛାତ୍ରୀମାନଙ୍କର ସମନ୍ବିତ ବିକାଶ ରେ ସହାୟକ ହୋଇ ପାରିବ । ଏହି କାର୍ଯ୍ୟକ୍ରମକୁ ଲୋକାପିତ କରିବା ପାଇଁ ନୁଆଗଡ ବିଡିଓ ଲୋକନାଥ ଶବର , ଆର,ଉଦୟଗିରି ବିଡିଓ ଲରିମନ ଖର୍ସେଲ , ନୁଆଗଡ ଏ ଏ ଇ ପ୍ରଦୁନ କୁମାର ଦାସ,ବିଇଓ ନୟନ ମଣ୍ଡଳ, ଆର,ଉଦୟଗିରି ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ସହକାରୀ ଯନ୍ତୀ ଶୀଧାତ ତ୍ରିପାଠୀ ଏକ ଦିନ ପ୍ରୟସ ଜାରି ରଖିଥିଲେ । କାର୍ଯ୍ୟକ୍ରମ ସଫଳ ରୁପାୟନରେ ସେ ନିଜକୁ ଖୁସି ବ୍ୟକ୍ତିଗତ କରିଛନ୍ତି । ସେହିପରି ବିଭିନ୍ନ ପଞ୍ଚାୟତର ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତୀ ମାନେ କାର୍ଯ୍ୟକ୍ରମର ସଫରଣ ପାଇଁ ଅକ୍ରନ୍ତ ପରିଶ୍ରମ ଉଦ୍ୟମ କରିଥିବା ଜଣା ପଡିଛି ।

