Home ଅପରାଧ ଦାଦନକରି ଗାଁକୁ ଫେରୁଥିବା ଅଧବାଟରେ ଦାଦନ ନିଖୋଜ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୫ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ବ୍ଳକର ପୁଣି ଜଣେ ଘର ଫେରନ୍ତା ଦାଦନ ଶ୍ରମିକଙ୍କ ଅଧା ବାଟରୁ ନିଖୋଜ ହେବା ଘଟଣା ଆଲୋଚନା ସୃଷ୍ଟି କରିଛି । ଚେନ୍ନାଈରୁ ଦାଦନ କାମରୁ ଘରକୁ ଫେରୁଥିବା ବାଟରେ ଗଜପତି ଜିଲ୍ଲା ନୁଆଗଡ ବ୍ଳକ ପୁଟୁରୁପଡା ପଞ୍ଚାୟତର ପାରାଜି ଗ୍ରାମର ଦାଦନ ଶ୍ରମିକ ଲକ୍ଷ୍ମୀକାନ୍ତ ମଣ୍ଡଳ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଗତ ୨ ତାରିଖ ଠାରୁ ଲକ୍ଷ୍ମୀକାନ୍ତଙ୍କ ଆଉ କୌଣସି ଖୋଜଖବର ନଥିବା ବେଳେ ଆଜି ପର୍ଯ୍ୟନ୍ତ ସେ ଘରେ ପହଞ୍ଚି ନଥିବା ଜଣାପଡିଛି । ଏ ନେଇ ତାଙ୍କ ପତ୍ନୀ ଗୀତା ମଣ୍ଡଳ ଓ ଭାଇ ସନାତନ ମଣ୍ଡଳ ଗୁରୁବାର ଥାନାରେ ଏତଲା ଦେଇଥିଲେ । ଗତ ଦୁଇମାସ ତଳେ କାମଧନ୍ଦା ଅନ୍ବେଷଣରେ ଚେନ୍ନାଈ ଯାଉଥିଲେ ଲକ୍ଷ୍ମୀକାନ୍ତ । ତେବେ ମା ଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ପତ୍ନୀ ରୀତା ମଣ୍ଡଳ ତାଙ୍କୁ ଫୋନ୍ କରି ଡକାଇଥିଲେ । ତେବେ ପତ୍ନୀ କହିବାନୁଯାୟୀ ଟ୍ରେନ୍ ଯୋଗେ ଆସିବା ବେଳେ ବିଜୟନଗରମ୍ ପର୍ଯ୍ୟନ୍ତ ସେ ସ୍ବାମୀଙ୍କ ସହ ଯୋଗାଯୋଗରେ ଥିଲେ । କିନ୍ତୁ ତା ‘ ପରେ ୨ତାରିଖ ଠାରୁ ତାଙ୍କ ସ୍ବାମୀଙ୍କ ଆଉ କୌଣସି ଖୋଜଖବର ମିଳୁନାହିଁ । ଲକ୍ଷ୍ମୀକାନ୍ତଙ୍କୁ ଫେରାଇ ଆଣିବା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ସହଯୋଗ କରିବାକୁ ପତ୍ନୀ ରୀତା ନିବେଦନ କରିଛନ୍ତି । Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026