ହଳଦିଆ ତେଲି ଜୁଆନ କୁଟୁମ ତରଫରୁ ହରିଶଙ୍କର ବୈଶାଖ ମେଲା ରେ ଜଳଛତ୍ର

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :-  ପଶ୍ଚିମ ଓଡ଼ିଶା ର ପ୍ରମୁଖ ତିର୍ଥ ପୀଠ ହରିଶଙ୍କର ମହୋତ୍ସବ ତଥା ବୈଶାଖ ନୃସିଂହ ଚତୁର୍ଦ୍ଦଶୀ ଅବସରରେ ହଳଦିଆ ତେଲି ଜୁଆନ କୁଟୁମ ତରଫରୁ ତୃଷାର୍ଥ ଭକ୍ତ ମାନଙ୍କ ତୃଷ୍ଣା ନିବାରଣ ପାଇଁ ଏକ ଜଳଛତ୍ର ର ବ୍ୟବସ୍ଥା କରାଯାଇଛି । ଏହି ଜଳଛତ୍ର କୁ ହଳଦିଆ ତେଲି ଜୁଆନ କୁଟୁମ ର ରାଜ୍ୟ ସଭାପତି କ୍ଷୀରୋଦ୍ର କୁମାର ସାହୁ ,ରାଜ୍ୟ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, ବରିଷ୍ଠ ସଭ୍ୟ ରଞ୍ଜିତ ସାହୁ ଅତିଥି ଭାବରେ ଭାବରେ ଉଦଘାଟନ କରିଥିଲେ ।

ଏହି ଜଳଛତ୍ର କୁ ଆଗମୀ ତିନି ଧରି ଚାଲୁ ରଖା ଯିବ ବୋଲି କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଜଳଛତ୍ର କୁ ଯାଇ ପାଣି ପିଉଥିବା ପରିଲିକ୍ଷିତ ହେଉଛି । ଏହି ଜଳଛତ୍ର କୁ ଶେଷଦେବ ସାହୁ,ଦୁଖନାଶନ ସାହୁ,ରୋହିତ ସାହୁ,ଚିନ୍ତାମଣି ସାହୁ,ଦୁର୍ଯ୍ୟୋଧନ ସାହୁ,ବୈଶାଖୁ ସାହୁ,ତଥା କୁଟୁମ ର ସଭ୍ୟ ବୃନ୍ଦ ସହଯୋଗ କରୁଛନ୍ତି ।

Exit mobile version