୫ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ କାଚ ପଲ୍ଲୀ ଠାରେ ଗଞ୍ଜେଇ ଗାଡ଼ି ବାଇକ ରେ ଯାଉଥିବା ବାପ,ଝିଅ କୁ ଧକ୍କା ଦେବାରୁ ଉଭୟ ବାପ,ଝିଅ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଥାଉକି,ଏକ ଗଞ୍ଜେଇ ଗାଡ଼ି କାର ନଂ ( ଓ- ଆର – ୦୨- ବି ଏ – ୧୯୯୪)ଫୁଲବାଣୀ ରୁ ଭୁବନେଶ୍ବର ଯାଉଥିବା 
ଗଞ୍ଜେଇ ଭର୍ତି କାର କାଚ ପଲ୍ଲୀ ଛକ ନିକଟରେ ମହିତମା ଗ୍ରାମ ର ରାଘବ ନାଏକ ଏବଂ ତାଙ୍କ ଝିଅ ଉଷାରାଣୀ ନାଏକ ବାଇକ୍ ରେ ଯାଉଥିବା ବେଳେ ପଛରୁ ଧକ୍କା ଦେବାରୁ ଉଭୟ ବାପ, ଝିଅ ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ନୂଆଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗୁରୁତର ବାପ, ଝିଅ ଙ୍କୁ ମହିପୁର ଚିକିତ୍ସାଳୟକୁ ନେଇଥିଲେ । ନୂଆଗାଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ନୂଆଗାଁ ଥାନା କୁ ଆଣିଛି ।

