୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବଡ ଦୁର୍ଘଟଣାରୁ ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୮ ଯାତ୍ରୀ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । ଆହାତ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା ରହିଥିବା ଜଣାପଡିଛି । କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ମଧ୍ୟ ରହିଛି । ଘାଟିରୁ ୧୫ ଫୁଟ୍ ତଳକୁ ଖସିଲା ଅଟୋ, ୧୮ ଯାତ୍ରୀ ଆହତ
ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୮ ଯାତ୍ରୀ ।
ଗଜପତି ଜିଲ୍ଲା ମୋହନା ଥାନା ଗୁଛାଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗସ୍ତ ହୋଇଛି । ଅଟୋରେ ଯାତ୍ରା କରୁଥିବା ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ୧୮ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । ସୂଚନା ଅନୁସାରେ, ଗଜପତି (Gajapati) ଜିଲ୍ଲାରେ ଆଜି ସକାଳେ ଗୁଛାଗୁଡ଼ା ଓ ଟୁଟୁଗୁଡ଼ା ଗାଁର ୧୮ ଯାତ୍ରୀ ମାନେ ଗୋଟିଏ ଅଟୋରେ ଲୁହାଗୁଡ଼ି ସାପ୍ତାହିକ ହାଟକୁ ଯାଉଥିଲେ । ଅଟୋଟି ଘାଟିରେ ତଳକୁ ଗଡୁଥିବା ବେଳେ ଭାରସାମ୍ୟ ହରାଇ କନ୍ଧକଳାମେରି ଗାଁର ନିକଟରେ ରାସ୍ତାର ଡାହାଣ ପଟକୁ ୧୫ ଫୁଟ ତଳକୁ ଖସି ପଡ଼ିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଅଗ୍ନିଶମବାହୀନିକୁ ଖବର ଦେଇଥିଲା । ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ମୋହନା ମେଡିକାଲ୍ ରେ ଭର୍ତି କରିଛନ୍ତି । ଆହାତ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା ରହିଥିବା ଜଣାପଡିଛି । ୧୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

