ଅଗ୍ନିକାଣ୍ଡ ପରିବାର ଙ୍କ ନିକଟରେ ସହାୟତା ର ହାତ ବଡାଇଲେ : ଗୋପବନ୍ଧୁ ଜନସେବା ସଂଘ

୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାଜନଗର :- ରାଜନଗର ବ୍ଲକ ଅନ୍ତର୍ଗତ ହାତୀନା ପଂଚାୟତ ନିକଟସ୍ଥ ଏଣ୍ଡୁଳାପୁର ଗ୍ରାମର ଭେଡୀସାହି ରେ ମଧ୍ୟାହ୍ନ ସମୟରେ ଅଚାନକ ଭାବେ ଅଗ୍ନିକାଣ୍ଡ ଘଟଣା ଘଟି ଚାରିବଖରା ବାସ ଗୃହ ର ସମସ୍ତ ଆସ ବାସ ପତ୍ର ନିଆଁ ର କରାଳ ଗ୍ରାସ ରେ ସମ୍ପୂର୍ଣ ପୋଡି ପାଉଁଶ ହୋଇ ଯାଇଛି, ! ଯାହା ଫଳରେ କି ଏମିତିକି ଧାନ, ଚାଉଳ, ବିରି, ସରକାରୀ କାଗଜ ପତ୍ର ସହିତ ଆଲମେରା, ଖଟ, ଚୌକି, ଏପରିକି ପିନ୍ଧିଥିବା ବସ୍ତ୍ର ଛଡା ଆଉ କିଛି ବୋଲି କୌଣସି ଜିନିଷ ନାହଁ, !ତେବେ ଏହିଭଳି ଘଟଣା ସ୍ଥାନୀୟ ଅଞ୍ଚଳ ଖବର ପାଇବା ମାତ୍ରେ ଗୋପବନ୍ଧୁ ଜନସେବା ସଂଘ ସଦସ୍ୟ ତୁରନ୍ତ ଅଗ୍ନିକାଣ୍ଡ ରେ ସର୍ବହରା ହୋଇଥିବା ପରିବାର ଙ୍କ ନିକଟରେ ପହଞ୍ଚି ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ, ! ତେବେ ଆଜିର ଜନସେବା ଯୋଗାଇଦେବା ପାଇଁ ଖୋଦ ନିଷ୍ପତି ନେଇଥିଲେ ଗୋପବନ୍ଧୁ ଜନସେବା ସଂଘ ର ମୁଖ୍ୟ ସମ୍ପାଦକ ଦିଲ୍ଲୀପ ରଞ୍ଜନ ପାଳ, ସୁବାସ ଚନ୍ଦ୍ର ରାଉତ, କୃଷ୍ଣ ଚନ୍ଦ୍ର ବେହେରା,ଯୁବ ସଙ୍ଘଟନ ର ଯୁବ କର୍ମୀ ଦିଲ୍ଲୀପ କୁମାର ପ୍ରଧାନ, ଅଞ୍ଜନ କୁମାର ପାଳ ପ୍ରମୁଖ ଉପସ୍ଥିତ ରହିଥିଲେ, !

Exit mobile version