୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି । ମା’ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା ଗୁରୁବାର ଦ୍ୱାଦଶ ଦିନରେ ମା’ ଙ୍କ ଘଟକୁ ଆଜି ସୁସଜିତ କରାଯାଇଛି । ଗୁରୁବାର ମା ‘ଙ୍କ ର ବିଶ୍ରାମ ଦିବସ ଥିବାରୁ ସନ୍ଧ୍ୟାରେ ବହୁ ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥିଲା । ସକାଳ ଓ ସନ୍ଧ୍ୟାର ଆଳତୀ ପରେପରେ ଭକ୍ତ ମାନଙ୍କୁ ଏହି ଅସ୍ଥାୟୀ ପୀଠରେ ମା ‘ପାଟଖଣ୍ଡାଙ୍କ ସମେତ ବରାଳଦେବୀ, ମହାମାୟୀ, ମା’ ଦୂର୍ଗା, ଡେଙ୍ଗଶୀଳ, ଏବଂ ମା’କାଳୀଙ୍କ ଘଟ ଦର୍ଶନ ଦେଉଛନ୍ତି । ସନ୍ଧ୍ୟା ଆଳତୀ ପରେ ପ୍ରତିଦିନ ନଗର ପରିକ୍ରମାରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଏହି ୨୧ ଦିନ ଭିତରେ ମା ବାଲିଗୁଡାର ବିଭିନ୍ନ ସାହି ପରିକ୍ରମା କରିବେ । 
ଏହି ଯାତ୍ରା ନିମନ୍ତେ ଆୟୋଜକ ସମିତି ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ହେଉଥିବା ସହ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅସ୍ଥାୟୀ ପୀଠରେ ମା’ ଙ୍କ ମିଠାଭୋଗ ନିମନ୍ତେ ଏକ ମିଷ୍ଠାନ୍ନ କେନ୍ଦ୍ର ଖୋଲା ଯାଇଛି । ୪ ତାରିଖ ଗୁରୁବାର ଥିବା ଯୋଗୁଁ ମା’ଙ୍କର ବିଶ୍ରାମର ଦିନ ରହିଛି , ଏଣୁ ସନ୍ଧ୍ୟାରେ ଏହି ଅବସରରେ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ କଟକ ର ପ୍ରସିଦ୍ଧ ସଙ୍ଗୀତ ନବରଙ୍ଗ ଅର୍କେଷ୍ତ୍ରା ଏବଂ ରକ ବେଣ୍ଡ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ମିନି ଷ୍ଟାଡିୟମ ପରିସରରେ ରାମ ଦୋଳି, ମୀନାବଜାର ଭଳି ବିଭିନ୍ନ ପ୍ରକାର ସାମଗ୍ରୀର ଷ୍ଟଲ ମାନ ଖୋଲାଯାଇଛି ।
