ଗୋହାଟି ର ନାବାଳକ କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ )  ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦରମହକୁମାରୁ ଜଣେ ନାବାଳକକୁ ଚାଇଲ୍ଡ ଲାଇନ ଉଦ୍ଧାର କରିଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଗୋହାଟି ,ଥାନା – ଚନମାରି ର ନାବାଳକ ଶୁଭକିଲ ଇସଲାମ, ପିତା ରାଜକଲି, . ନିଜ ବାପା ସହିତ ଗୋହାଟି ରୁ କେରଳ ଯାଉଥିବା ବେଳେ ଭୁଲରେ ଓଡିଶା ଟ୍ରେନରେ ପୂରୀ ଚାଲିଆସିଥିଲା । ପୁରୀରୁ ନୂଆଗାଁ ଟ୍ରେନ ରେ ଆସି ଦୁଇଦିନ ସୋରଡ଼ା ଅଞ୍ଚଳରେ ବୁଲୁଥିବା ବେଳେ ଗ୍ରାମବାସୀ ନାବାଳକ କୁ ଆଣି ନୂଆଗାଁ ପୋଲିସ କୁ ହସ୍ତାନ୍ତର କରିଥିଲେ ।ନୂଆଗାଁ ଥାନା ପୋଲିସ ନୟାଗଡ଼ ଚାଇଲ୍ଡ ଲାଇନ କୁ ଖବର ଦେବା ପରେ ସେମାନେ ଆସି ନୂଆଗାଁ ଥାନରୁ ନାବାଳକକୁ ଉଦ୍ଧାର କରିବା ସହ ନାବଳକ ର ପରିବାର କୁ ସୂଚନା ଦେବା ପାଇଁ ସୂଚନା ଦେଇଥିଲେ । ତତ୍ ସହିତ ନୟାଗଡ଼ ଜିଲ୍ଲା ଶିଶୁ ମଙ୍ଗଲ ସମିତି କାର୍ଯ୍ୟାଳୟ ରେ ନାବାଳକକୁ ହାଜର କରାଯିବା ପରେ ନାବାଳକକୁ ନୟାଗଡ କଳା ପରିଷଦରେ ରଖା ଯାଇଥିବା ସୂଚନା ମିଳିଛି । ଘଟାଣ ସ୍ଥଳରେ ନୟାଗଡ ଚାଇଲ୍ଡ ଲାଇନ କାଉନସିଲର ଚନ୍ଦ୍ର ଶେଖର ବେହେରା ,ବିକ୍ରମ ପ୍ରଧାନ ଓ ନୂଆଗାଁ ଥାନା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version