
୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲିଅନ୍ତା ବ୍ଲକ :- ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଜଗନ୍ନାଥପୁରଗ୍ରାମର ସତ୍ୟ ନାରାୟଣ ପାଲାମଣ୍ଡପରେ ପାରମ୍ପରିକ ସତ୍ୟ ନାରାୟଣ ବାଦୀପାଲା ସୋମବାର ଠାରୁ ଆରମ୍ଭ ହୋଇଛି । ଏହି ବାଦୀପାଲା ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇ ଶୁକ୍ରବାର ମଧ୍ୟ ରାତିରେ ଉଦଯାପିତ ହେବ । ଏହି ବାଦୀପାଲାରେ ଦୁଇ ଖ୍ୟାତନାମା ପାଲାକାର ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଗାୟକ ଉଜ୍ୱଳ ବିଜୟ କୁମାର ଓଝା ତାଙ୍କର ସାଥିମାନେ ଏବଂ ପୁରୀ ଜିଲ୍ଲା ପାରିକୁଦ ଅଞ୍ଚଳର ଗାୟକ ସୌରଭ ଗୋପାଳ କୃଷ୍ଣ ଜେନା ତାଙ୍କର ସହଯୋଗୀ ପାଲା ପରିବେଷଣ କରିଥିଲେ । ଏହି ପାଲାରେ ମାନସିକ ରଖିବା ଶ୍ରଦ୍ଧାଳୁ ମାନେ ସତ୍ୟନାରାୟଣଙ୍କ ଉଦ୍ଦେଶ୍ୟରେ ସିରିଣି ପାଇଁ ପାଚିଲା କଦଳୀ ପ୍ରଦାନ କରିଥାନ୍ତି । ପାଲା ସରିବା ପରେ ଉକ୍ତ କଦଳୀକୁ ଶିରିଣି ଭୋଗ କରାଯାଇ ପାଲାରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ବିତରଣ କରାଯାଏ । ସେହିପରି ପ୍ରତିଦିନ ବଦ୍ୟାନ ବ୍ୟକ୍ତି ପାଲାରେ ଉପସ୍ଥିତ ଥିବା ଦର୍ଶକଙ୍କୁ ମିଠା ବଣ୍ଟନ କରିଥାନ୍ତି । ଜଗନ୍ନାଥପୁର ଗ୍ରାମର ସମସ୍ତ ବୟଜ୍ୟେଷ୍ଠ ବ୍ୟକ୍ତି ଯୁବକ ମାନେ ପାଲାଟିକୁ ପରିଚାଳନା କରିଥିଲେ । ଏହି ବାଦୀ ପାଲା ଶୁଣିବା ପାଇଁ ଆଖପାଖ ଅଞ୍ଚଳର ଜନ ସାଧାରଣଙ୍କ ଭିଡ଼ ଯମିଥିଲା ।

