
୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀ ମୁଣ୍ଡା ଗ୍ରାମ ପଞ୍ଚାୟତର ଷଣ୍ଢl ଡ୍ୟାମ ନିକଟସ୍ଥ ମା ଖିଲାମୁଣ୍ଡା ମନ୍ଦିର ପ୍ରାଙ୍ଗଣରେ ବାଣପୁର ବ୍ଲକରେ ରହୁଥିବା ପାଞ୍ଚ ଶହରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ,ସେମାନଙ୍କର ନ୍ୟାର୍ଯ୍ୟ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିବାପାଇଁ ଏକ ବୈଠକ ଆହ୍ୱାନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିପିଆଇଏମ୍ଏଲ ର ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡା ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଶରତ ବରାଳ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କର ଉପସ୍ଥାପିତ ଦାବି ଗୁଡିକୁ ରାଜ୍ୟ ସ୍ତରରେ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବା ପାଇଁ ଉଦବୋଧନ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କର ବିଭିନ୍ନ ପ୍ରକାର ଅସୁବିଧା ଥିବା ଓ ବାରମ୍ବାର ସେମାନଙ୍କୁ ଅଣଦେଖା କରାଯାଉଥିବା ଯେମିତି ପୁନର୍ବାର କରାନଯାଉ , ସେଥିପ୍ରତି ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କୁ ଅବଗତ କରେଇବେ ବୋଲି ପ୍ରତିଶୃତି ଦେଇ ଥିଲେ l ଏହି ବୈଠକ ରେ ଦିବ୍ୟାଙ୍ଗ ଅନୁଷ୍ଠାନ ର ସଭାପତି , ସମ୍ପାଦକ ଓ ବାଣପୁର ବ୍ଲକର ଦିବ୍ୟାଙ୍ଗ ମାନେ ଯୋଗ ଦେଇ ନିଜ ନିଜର ଅସୁବିଧା ହେଉଥିବା ସମ୍ପର୍କରେ ଅବଗତ କରିଥିଲେ l

