୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ସଦର ବ୍ଲକ ଖଣ୍ଡେଏତା ପଞ୍ଚାୟତ ଧାନଘରପଡା ଗ୍ରାମର ମଙ୍ଗଳା ସହିରେ ବିନା ନାମ ଫଳକରେ କରା ଯାଉଛି କମ୍ୟୁନିଟି ଘରର କାର୍ଯ୍ୟ । ପୁରୁଣା ଘରକୁ ଭଙ୍ଗା ଯାଇ ବିମ ଉଠାଇ କାର୍ଯ୍ୟ କରାଯାଇଛି । ନିମ୍ନ ମାନର କାର୍ଯ୍ୟ ସାଙ୍ଗକୁ ଅଙ୍କାବଙ୍କା ପିଲାର କରାଯାଇଛି । ଏହି ଘରର କାର୍ଯ୍ୟ ପାଇଁ ପ୍ରଥମେ ସମସ୍ତଙ୍କ ଅବଗତି ପାଇଁ ନାମ ଫଳକ ଲାଯିବା କଥା ।
ନାମ ଫଳକରେ କେତେ ଟଙ୍କା ମଞ୍ଜୁର ହୋଇଛି, ଠିକାଦାର ନାମ ଉଲେଖ ରହିବା ସହିତ, କାର୍ଯ୍ୟ କେବେ ସରିବ ସେନେଇ ଉଲ୍ଲେଖ କରାଯାଇ ନାହିଁ । ପୁରୁଣା ଘରକୁ ଭଙ୍ଗା ଯାଇ କମ୍ୟୁନିଟି ହଲ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ନିମ୍ନ ମାନର କାର୍ଯ୍ୟକୁ ଗ୍ରାମର ଅଧିକାଂଶ ଲୋକ ନାପସନ୍ଦ କରିଛନ୍ତି । କରାଯାଇଥିବା ନିମ୍ନ ମାନର କମ୍ୟୁନିଟି ଘରର କାମକୁ ମାପଚୁପ କରିବା ପାଇଁ ଆଜି କଟକ ସଦର ବ୍ଲକର କନିଷ୍ଠ ଯନ୍ତ୍ରୀ ସସ୍ମିତା ଦାସ ଆସିଥିବା ଦେଖି, ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ପ୍ରଶ୍ନ କରିଥିଲେ । ମହିଳା କନିଷ୍ଠ ଯନ୍ତ୍ରୀ କାମ ବିଷୟରେ ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ମାପଚୁପ କରାଇ ଦେଇନଥିଲେ । ଯାହା ଫଳରେ କନିଷ୍ଠ ଯନ୍ତ୍ରୀ ଫେରିଯିବାକୁ ବାଧ୍ୟ ହୋଇଥିଲେ । ଏହି ନିମ୍ନ ମାନର କାର୍ଯ୍ୟକୁ ସଦର ବ୍ଲକ ବିଡ଼ିଓ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହୋଇଛି । ପରବର୍ତ୍ତୀ ସମୟରେ ଗ୍ରାମବାସୀ ଭିଜିଲାନ୍ସର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।

