୫ଟି ଦ୍ୱାରା ରୁପାନ୍ତରୀତ ଲକ୍ଷେଶ୍ୱର ସରକାରୀ ହାଇସ୍କୁଲର କାର୍ଯ୍ୟ ବୁଲି ଦେଖିଲେ ଜିଲ୍ଲାପାଳ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- ଆସନ୍ତା ୮ ତାରିଖ ସୋମବାର ଦିନ ତୃତୀୟ ପର୍ଯ୍ୟାୟରେ କଟକ ଜିଲ୍ଲାର ୫ଟି ଦ୍ୱାରା ରୂପାନ୍ତରିତ ସ୍କୁଲ ଗୁଡ଼ିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୧୨୬ ସ୍କୁଲର ଲୋକାର୍ପିତ ହେବ । ଏହି ଲୋକାର୍ପିତ କାର୍ଯ୍ୟକ୍ରମ ସିଏମସି ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ସ୍ଥିତ ଲକ୍ଷେଶ୍ୱର ସରକାରୀ ହାଇସ୍କୁଲରେ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ଏହି କାର୍ଯ୍ୟ ଅନୁଷ୍ଠିତ ହେବା ପୂର୍ବରୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ,ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ପହଞ୍ଚି ସ୍କୁଲର କରାଯାଇଥିବା କାର୍ଯ୍ୟ ଏବଂ ସ୍ଥିତି ବୁଲି ଦେଖିବା ସହିତ ବାକି ରହିଥିବା ସମସ୍ୟା ସଂପର୍କରେ ଜିଲ୍ଲାପାଳ ଶ୍ରୀ ଚୟନୀ ଏକଜିକ୍ୟୁଟିଭ ଇଞ୍ଜିନିୟର ଦିବ୍ୟରଞନ ତ୍ରିପାଠୀ ଏବଂ ଧ୍ୟ ସିଏମସି କନିଷ୍ଠ ଯନ୍ତ୍ରୀ ପ୍ରତାପ ସାମଲଙ୍କୁ ପଚାରି ବୁଝିଥିଲେ ।ଜିଲ୍ଲା ପରିଷଦ ଏକଜିକ୍ୟୁଟିଭ ଅଫିସର ଅମ୍ବର କୁମାର କର , କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାଏକ, ସିଏମସି ୫୯ ନମ୍ବର କର୍ପୋରେଟର ମମତା ମହାନ୍ତି, ଲକ୍ଷେଶ୍ୱର ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମଥ ନାଥ ଦେ ଙ୍କ ସମେତ ସ୍କୁଲର ଶିକ୍ଷକ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Exit mobile version