Home ଓଡ଼ିଶା ଦୁର୍ଗମ ଅଞ୍ଚଳ ଗାଁରେ ହାଡଫୁଟି ଆତଙ୍କ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଦୁର୍ଗମ ଅଞ୍ଚଳ ଗାଁରେ ହାଡଫୁଟି ଆତଙ୍କ । ୨ ଗୁରୁତର। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡ଼ା ପଞ୍ଚାୟତ ଅଧିନ ଆରୁମପାଟା ଗାଁରେ ହାଡଫୁଟି ବ୍ୟାପିବାରେ ଲାଗିଛି । ଗାଁରେ ଗତ ୩ ମାସ ମଧ୍ୟରେ ପ୍ରାୟ ୩୦ରୁ ୩୫ ଜଣ ହାଡଫୁଟି ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଳେ ଏବେ ବି ୨ ଜଣ ହାଡଫୁଟିରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଅଛନ୍ତି । ଗୁରୁତର ମାନେ ହେଲେ ଆବେଲ ମାଝୀ (୩୫) ଓ ୨ ବର୍ଷର ଯସ୍ମିତା ମାଝୀ । ଗ୍ରାମରେ ଦୀର୍ଘମାସ ଧରି ହାଡ ଫୁଟି ବ୍ୟାପିଥିଲେ ମଧ୍ୟ ଅଙ୍ଗନବାଡ଼ି, ଆଶା ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଖରେ ଖବର ନଥିଲା କି ସେମାନେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏ ସଂପର୍କରେ ମଧ୍ୟ ଜଣାଇପାରିନଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁଲୋକେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ସେମାନେ କେବଳ ଦେଶୀ ଚିକିତ୍ସା (ଚ଼େରମୂଳି)ଉପରେ ନିର୍ଭର କରି ଔଷଧ ବ୍ୟବହାର କରୁଥିଲେ । ଖବର ପାଇ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ଗୋପାଳକୃଷ୍ଣ ସାହୁ ଓ ଟିମ ଆରୁମ ପାଟା ଗ୍ରାମରେ ପହଞ୍ଚି ଗୁରୁତର ମାନଙ୍କୁ ଚିକିତ୍ସା କରି ଔଷଧ ବିତରଣ କରିବା ସହ ଗାଁର ଆବାଳ, ବୃଦ୍ଧ, ବନିତା ମାନଙ୍କୁ ଆବଶ୍ୟକୀୟ ଔଷଧ ପ୍ରଦାନ କରିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026