ଓଡ଼ିଶାରେ ୨,୧୯,୭୭୪ ଟି ନମୁନା ପରୀକ୍ଷା କରାଯାଇଛି; ୪,୮୫୬ ଜଣ ପଜିଟିଭ୍‌ ଚିହ୍ନଟ, ୩୫୩୪ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି – ୧୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।

ଓଡିଶା ତାଜା ନ୍ୟୁଜ୍ (୨୦ ଜୁନ୍ ଶୁକ୍ରବାର) ଭୁବନେଶ୍ୱର :- ଆମ କୋଭିଡ୍‌ ଯୋଦ୍ଧାମାନଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଆଜି ଗୋଟିଏ ଦିନରେ ୨୩୭ ଜଣ କୋଭିଡ୍‌ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦିନକରେ ଏହା ସର୍ବାଧିକ ଆରୋଗ୍ୟ ସଂଖ୍ୟା । କୋଭିଡ୍‌ ଯୁଦ୍ଧରେ ଛାମୁଆ କର୍ମୀମାନଙ୍କର ନିର୍ଭିକ ସେବା କାର୍ଯ୍ୟ ଫଳରେ ରାଜ୍ୟରେ କୋଭିଡ୍‌ ଆରୋଗ୍ୟଙ୍କ ସଂଖ୍ୟା ୩୫୩୪ରେ ପହଞ୍ଚିଛି । ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉ ଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୧୬୭୮ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି ।

ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୫,୬୯,୬୪୬ ଜଣ ଫେରିଛନ୍ତି । ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁନ୍‌ ୧୯ରୁ ଜୁନ୍‌ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୮ ଟି ମାମଲା ଦାୟର କରାଯାଇଛି । ଏହି ସମସ୍ତ ମାମଲା ଲକ୍‌ ଡାଉନ୍‌ ସଂପର୍କିତ ଅଟେ । ବିଭିନ୍ନ ଅଭିଯୋଗରେ ୨୭ ଜଣଙ୍କୁ ଗିରଫ କରାଯାଇଛି ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା, ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨,୧୯,୭୭୪ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୪,୮୫୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩୫୩୪ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୧୨ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧,୩୦୬ ରହିଛି । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ୩୯ ; ୧,୫୪୩ ଜଣ ହସ୍ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି ।

Exit mobile version