୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର କିଛି କୋରେକ୍ସ ବ୍ୟବସାୟୀ ଚାଲିଥିବା ହରିଶଙ୍କର ମହୋତ୍ସବରେ କୋରେକ୍ସ ବିକ୍ରିକରିବା ପାଇ଼ଁ ଆସିଥିଲେ । ଖପ୍ରାଖୋଲ ପୁଲିସ ଦ୍ଵାରା ଗିରଫହୋଇ କୋର୍ଟ ଚାଲାଣ ହୋଇଥିବା ପାଟଣାଗଡ଼ ଏସଡିପିଓ ଙ୍କ କାଯ୍ୟାଲୟରେ ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବେଲପଡାର ଲୋକେସ ନାଏକ (୨୪) ବରଗଡ ଜିଲ୍ଲା ପଦ୍ମପୁର ସତିଭଟାର ବାବୁଲୁ ତ୍ରିପାଠୀ (୩୧) ଓ ବଡବନ୍ଦ ପଡାର ଦୁର୍ଯ୍ୟୋଧନ ସାହୁ (୩୪) ପୁଇଁତଲା ଥାନା ଭୁରସିପାଲି ଗାଁର ରଞ୍ଜନ ସ୍ବାନ (୨୨) ବଲାଙ୍ଗୀର ହାତିସାଲ ପଡାର ଶ୍ରୀକାନ୍ତ ବେହେରା (୨୭) ବୋଲି ଜଣାପଡିଛି । 
ଏଥି ସହ ସେମାନେ ବ୍ୟବହାର କରୁଥିବା ୨ ଟିକାର ଓ ୨ଗୋଟି ବାଇକ ସହ ୧୩୦୦ ଟଙ୍କା ଓ ସେମାନେ ବ୍ୟବହାର କରୁଥିବା ମୋବାଇଲକୁ ପୁଲିସ ଜବତ କରିଛି । ସୂଚନା ଅନୁସାରେ ଗତକାଲି ମଧ୍ୟ ରାତ୍ରୀରେ ବଜଲସାଗରୁ ଗମ୍ଭାରୀ ଜିବାରାସ୍ତାରେ ଏକ ସ୍ବିପଡିଜେଡଆର , ମାରୁତି ସେଣ୍ଟ୍ରୋ,ବୁଲେଟ ଓ ୟମ୍ମାହା ବାଇକ ସହ କିଛି ଯୁବକ ଏକତିତ୍ର ହୋଇ ବାର୍ତ୍ତାଳାପ କରୁଥିଲେ । ବାର୍ତ୍ତାଳାପ ସହ ଗୋଟିଏ କାରରୁ ଅନ୍ୟଏକ କାରକୁ କିଛି କାଟୁନ ପେଟି ଏପଟସେଏପଟ କରୁଥିଲେ । ସେହିରାସ୍ତ ଦେଇ ହରିଶଙ୍କର ମହୋତ୍ସବ ଦେଖି ଫେରୁଥିବା କିଛି ଯୁବକ ସେମାନଙ୍କୁ ସନ୍ଦେହକରି ଖପ୍ରାଖୋଲ ପୁଲିସକୁ ଖବର ଦେଇଥିଲେ । ଖପ୍ରାଖୋଲ ଥାନ ଅଧିକାରୀ ରମାକାନ୍ତ ସାହୁ ଙ୍କ ନେତୃତ୍ବରେ ଏକଟିମ୍ ସେଠାରେ ପହଞ୍ଚି ସେମାନଙ୍କୁ ପଚରାଉଚରା କରିଥିଲା । ଯୁବକ ମାନେ ପୁଲିସକୁ ସନ୍ତୋଷ ଜନକ ଉତ୍ତର ଦେଇପାରିବେ ନଥିବାରୁ ପୁଲିସ ସନ୍ଦେହକରି ଉଭୟ କାର କୁ ଛାନଭିନ କରିଥିଲା । ଛାନଭିନ ସମୟରେ ପୁଲିସ କୋରେକ୍ସ ପେଟି ଗୁଡିକଥିବା ଦେଖିବାକୁ ପାଇଥିଲା । ଏହାପରେ ପୁଲିସ ଘଟଣାସ୍ଥଳରୁ ଉକ୍ତ ୫ ଜଣ ଯୁବକ ଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ୨ଟି କାର ଓ ୨ ଟି ବାଇକକୁ ଜବତ୍ କରି ଥାନାକୁ ଆଣିଥିଲା । ସେମାନଙ୍କ ନାଆଁରେ ଥାନା କେଶ୍ ନମ୍ବର ୬୧ /୨-୫-୨୩ ଦଫା ୨୭୪ ,୨୭୫,୨୭୬,୧୨୦ ବି ଆଇପିସି ଧାରାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିଲା । ଓମେରକ୍ସ ଓ କୋରେକ୍ସ ନାମକ କଫସିରପ ଉକ୍ତ ଅଭିଯୁକ୍ତ ମାନେ ହରିଶଙ୍କର ମହୋତ୍ସବରେ ବିକ୍ରିକରି ଲାଭବାନ ହେବା ଉଦ୍ଧେଶ୍ୟରେ ଆଣିଥିବା ପ୍ରକାଶ କରିଥିଲେ । ପରେ ପୁଲିସ ୫ ଜଣ ଅଭିଯୁକ୍ତକୁ ଗିରଫ କରି ସନ୍ଧ୍ୟା ୫ ଟାରେ ଏସଡିପିଓ ଙ୍କ କାଯ୍ୟାଲୟରେ ସାମ୍ବାଦିକ ସମ୍ମିଳନୀ ପରେ କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଏସଡିପିଓ ଶ୍ରୀ ଭୁକ୍ତା ଙ୍କ ଠାରୁ ଜଣାପଡିଛି ।
