କଳା ବ୍ୟାଚ ପିନ୍ଧି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅନ୍ଦୋଳନରେ ସାମିଲ

୨ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପଦ୍ମପୁର :- ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ୱାନରେ ରାଜ୍ୟର ୧୮ଟି କେନ୍ଦୁପତ୍ର ଡିଭିଜନରେ ଏହି ଆନ୍ଦୋଳନ କରାଯାଇଛି । ପଦ୍ମପୁର ଉପନିର୍ବାଚନ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ୧୨ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀଙ୍କୁ ଅନେକ ପ୍ରତିଶୃତି ଦେଇଥିବା ସତ୍ୱେ ଆଜି ଯାଏଁ ଗୋଟିଏ ମଧ୍ୟ ପ୍ରତିଶୃତି ରାଜ୍ୟ ସରକାର ପୂରଣ କରି ନଥିବାରୁ ସାରା ରାଜ୍ୟରେ ଆଜି ବିଶ୍ଵ ଶ୍ରମିକ ଦିବସରେ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀମାନେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି ।
