କଳିଙ୍ଗ ପେସାଦାର ସାମ୍ବାଦିକ ସଂଘର ମଇ ଦିବସ ଗଣମାଧ୍ୟମ ଗୁଡ଼ିକର ଉତ୍ତର ଦାୟିତ୍ୱ ରହିବା ଆବଶ୍ୟକ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଗଣମାଧ୍ୟମର ସଂଖ୍ୟା ବୃଦ୍ଧି ଗଣତନ୍ତ୍ର ପାଇଁ ଶୁଭଙ୍କର । ମାତ୍ର ଖବର ପରିବେଷଣ ବେଳେ ଗଣମାଧ୍ୟମ ଗୁଡ଼ିକ ଅଧିକ ଯତ୍ନବାନ ହେବା ପାଇଁ କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ଓଡ଼ିଶା ପକ୍ଷରୁ ଭୁବନେଶ୍ୱରଠାରେ ପାଳିତ ମଇ ଦିବସ ସମାରୋହରେ ବକ୍ତାମାନେ ଏହି ପରାମର୍ଶ ଦେଇଛନ୍ତି । ସଂଘର ରାଜ୍ୟ ସଭାପତି ମନୋଜ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ‘ଗଣମାଧ୍ୟମ ବନାମ ସାମାଜିକ ଗଣମାଧ୍ୟମ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ଇଣ୍ଡିଆନ ମିଡ଼ିଆ ୱାର୍କିଂ ଜର୍ଣ୍ଣାଲିଷ୍ଟ ୟୁନିୟନ ସଭାପତି ବାଲା ଭାସ୍କର, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡଃ ବିଜୟଲକ୍ଷ୍ମୀ ମହାନ୍ତି,ଅଭିନେତା ଶ୍ରୁମୋଚନ ମହାନ୍ତି, ଅର୍ଗସ ନ୍ୟୁଜ ନିର୍ଦ୍ଦେଶକ ଓ ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ଶ୍ରମିକ ନେତା ନବକିଶୋର ମହାନ୍ତି ଓ କର୍ପୋରେଟର ଆସିଆ ବେଗମ ପ୍ରମୁଖ କହିଥିଲେ ଯେ, ସମାଜର କଲ୍ୟାଣ ପାଇଁ କାର୍ଯ୍ୟରତ ଗଣମାଧ୍ୟମ ଗୁଡ଼ିକ ଉତ୍ତରଦାୟିତ୍ୱ ନିର୍ବାହ କରିବା ଉଚିତ୍ । ଏହାଦ୍ୱାରା କପୋଳକଳ୍ପିତ ଖବର ଏବଂ ମିଥ୍ୟା ଖବର ପ୍ରସାରଣ ରୋକାଯାଇ ପାରିବ । ଏହି ସମାରୋହରେ ସଂଘର ଉପସଭାପତି ଡକ୍ଟର ଅରୁପ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିଲେ । ସାଧାରଣ ସମ୍ପାଦକ ରାଜକିଶୋର ସ୍ୱାଇଁ ବିବରଣୀ ପାଠ କରିଥିଲେ । କାର୍ଯ୍ୟକାରୀ ସଭାପତି ପରମେଶ୍ୱର ଦାଶ, ଉପସଭାପତି ବିନାୟକ ମିଶ୍ର, ସୌରଭ ପଟ୍ଟନାୟକ, ବାସୁଦେବ ବରାଡ଼, ଦୀପକ ମହାପାତ୍ର, ସୁବାସ ସ୍ୱାଇଁ, ଦୁଃଶାସନ ନାୟକ, ସୁନିଲ ପଟ୍ଟନାୟକ, ଜୟସେନ ପରିଡ଼ା, ଜୟକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଆରମ୍ଭ ଆଗରୁ ରିଅଲ ବ୍ୟାଣ୍ଡ ଆଣ୍ଡ ଫ୍ୟୁଜନ ଟ୍ୟୁନ ପକ୍ଷରୁ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କୋଣରୁ ୨୫୦ ଜଣ ସାମ୍ବାଦିକ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟର ୨୨ଜଣ କୃତି ସାମ୍ବାଦିକ ଓ ଜଣେ ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Exit mobile version