୨ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ରେ ରାଜ୍ୟ ର ସମସ୍ତ ଚୁକ୍ତିଭିତ୍ତିକ ଙ୍କୁ ନିୟମିତ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ୟା ଭିତରେ ସାତ ମାସ ବିତିଯାଇଛି, ନା କେହି ଶିକ୍ଷକ ରେଗୁଲା୍ର ହେଇପାରିଲେ ନା ଦୁଇ ମାସ ହେଲା ଦରମା ପାଇପାରୁଛନ୍ତି,
ଶିକ୍ଷକ ମାନେ ଯେଉଁ ମାନସିକ ଚାପ ରେ ବଞ୍ଚୁଛନ୍ତି ଏଭଳି ଅସଂଗତି ପରିସ୍ଥିତିରେ ବାଧ୍ୟ ହେଇ ଶୀଘ୍ର କେମିତି ନିୟମିତ କାର୍ଯ୍ୟ ତ୍ୱରାନିତ ହେଇପାରିବ ସେଥି ନିମନ୍ତେ ଆଜି ଗଜପତି ଜିଲ୍ଲା ର ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ /ଶିକ୍ଷୟତ୍ରୀ ଭାଇ ଭଉଣୀ ମାନେ ଏକାଠି ହେଇ ଗଜପତି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଉପଜିଲ୍ଲାପାଳ ମହୋଦୟ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି .
