୨ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ନିଳାଦ୍ରିପୁର ଗ୍ରାମ ରେ ମା ଜଗଦ୍ଧାତ୍ରୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆଖି ଅବୁଝା କୁ ଲୁହ ଅବୁଝା ସାମାଜିକ ନାଟକ ମଞ୍ଚସ୍ଥ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଆଖି ଅବୁଝା କୁ ଲୁହ ଅବୁଝା ନାଟକ କୁ ଉଦଘାଟନ କରିବା ସହ ଅଞ୍ଚଳ ର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।
ତତ୍ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ଦ୍ଵାରା କିପରି ଭାତୃଭାବ ସୃଷ୍ଟି ହୁଏ ସେ ଉପରେ ବକ୍ତବ୍ୟ ରଖିଥିଲେ ଦଶପଲ୍ଲା ଯୁବ ବିଧାୟକ । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସମାଜ ସେବୀ ରାଜୁ ପାତ୍ର,ସଂଘର ସଭାପତି ନିରଞ୍ଜନ ଶତପଥୀ, ନାଟ୍ୟ ସଂସଦ ମ୍ୟାନେଜର ବଟକୃଷ୍ଣ ଶତପଥୀ,ଗ୍ରାମ ସଭାପତି ଗିରିଜା ଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାମାଜିକ ନାଟକ କୁ ନିର୍ଦ୍ଦେଶନା ଦେଇଥିଲେ ରବୀନ୍ଦ୍ର କୁମାର ଦାଶ । ଏହି କାର୍ଯ୍ୟକ୍ରମ ରେ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା ।

