ବିଶ୍ଵ ଶ୍ରମିକ ଦିବସ ପାଳନ କଲା ଶ୍ରମିକ କଂଗ୍ରେସ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା – ଜଟଣୀ  :- ଇଷ୍ଟ କୋଷ୍ଟ ରେଲୱେ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ଠାରେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ତରଫରୁ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟ ଠାରେ ସଭାପତି ଶରତ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବକ୍ତା ମାନେ ପୁର୍ବରୁ ଶ୍ରମିକ ମାନଙ୍କ ପ୍ରତି ଅନେକ ଶୋଷଣ କରାଯାଉଥିବା, ଅଳ୍ପ ପ୍ରାପ୍ୟ ଦେଇ ଅଧିକ କାମ କରିବାକୁ ପଡ଼ୁଥିଲା । ଯ’ଦ୍ବାରା ଅସନ୍ତୋଷ ତେଜିବାରୁ ଶ୍ରମିକ ମାନେ ସଂଘଠିତ ହୋଇ ସଙ୍ଗଠନ ତିଆରି କରିଥିଲେ । ଉଦ୍ଦେଶ୍ୟ ଥିଲା ଆଠ ଘଣ୍ଟା କାମ, ଆଠ ଘଣ୍ଟା ସାମାଜିକ କାର୍ଯ୍ୟ ଓ ଆଠ ଘଣ୍ଟା ବିଶ୍ରାମ ପାଇଁ ସମୟ ନିର୍ଘଣ୍ଟ କରିବାକୁ ଜୋରଦାର ଦାବି କରି ସାରା ବିଶ୍ବରେ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
ଶେଷରେ ଆଜିର ଦିନ ୧୯୨୩ ମେ ଏକ ତାରିଖ ରେ ଶ୍ରମ ଆଇନ ଲାଗୁ କରାଗଲା । ଯାହାକୁ ମନେ ରଖିବା ପାଇଁ ବିଶ୍ଵ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ । ଶ୍ରମ ଆଇନ ଶହେବର୍ଷ ଟପି ଯାଇଥିଲେ ମଧ୍ଯ ଆଜି ବି ବାରମ୍ବାର ଶ୍ରମ ଆଇନ ଉଲଂଘନ ହେଉଥିବା ଉପସ୍ଥିତ ଅତିଥମାନେ ନିଜ ବକ୍ତବ୍ୟରେ କହିଥିଲେ।ଭାରତୀୟ ରେଲୱେ ରେ ଆଜି ବି ଅନେକ ବିଭାଗରେ କର୍ମଚାରୀ ଅଭାବରୁ ୧୨ ରୁ ୨୪ ଘଣ୍ଟିଆ ପର୍ଯ୍ୟନ୍ତ କାମ କରିବାକୁ ପଡୁଥିବାରୁ ଅତିଥି ମାନେ କ୍ଷୋଭ ପ୍ରକାଶ କରିଥିଲେ।
ଏଥିରେ କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ଏମ ଜି କେ ରାଓ ଙ୍କ ଉପସ୍ଥିତିରେ ଦୁଇ ଜଣ ସିଗ୍ନାଲ ବିଭାଗର ଯନ୍ତ୍ରୀ ଶ୍ରମିକ କଂଗ୍ରେସର ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିରଞ୍ଜନ ମିଶ୍ର,ସୁବ୍ରତ ପଣ୍ଡା , ତ୍ରିଲୋଚନ ମହାନ୍ତି, ପି ରାଜା ରାଓ, ରାକେଶ ଘଡେ଼ଇ, ଅକ୍ଷୟ ପ୍ରଧାନ, ଟି ନରେଶ ଓ ସୁନିଲ ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିବା ଖୋର୍ଦ୍ଧାରୋଡ଼ ମଣ୍ଡଲ ସ୍ତରୀୟ ମିଡ଼ିଆ ସେଲ୍ ର ମୁଖ୍ୟ ତଥା ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି।

Exit mobile version