
୨ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା – ଜଟଣୀ :- ବିଶ୍ୱ ଶ୍ରମିକ ଦିବସ, ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ ୧୯୮୬ ମସିହା ମେ’ ପହିଲା ତାରିଖକୁ ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି।ଏକ ସମୟ ଥିଲା ବିଶ୍ୱରେ ପୁଞ୍ଜିପତି ମାନେ ଶ୍ରମିକ ମାନଙ୍କୁ ଶୋଷଣ କରୁଥିଲେ,ନା’ ଥିଲା ସମୟ ନିର୍ଘଣ୍ଟ ନା’ ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ । ଯାହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲା । ପରେ ଏହା ବିଶ୍ୱର ସମସ୍ତ ଶ୍ରମିକଙ୍କୁ ପ୍ରଭାବିତ କରିଥିଲା । ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ୬୦ଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ୮ ଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପ୍ରସ୍ତାବ ଗ୍ରହଣ କରିଥଲେ । ଏହି ୮ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ଜନ୍ମ ନେଇଥିଲା ବିଶ୍ୱ ଶ୍ରମିକ ଦିବସ । ଭାରତରେ ପ୍ରଥମେ ୧୯୨୩ ମସିହା ମେ’ ୧ ତାରିଖରେ ଚେନ୍ନାଇରେ ଶ୍ରମିକ ଦିବସ ପାଳନ କରାଯାଇଥିଲା । ଭାରତର ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ଥାନ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା, ଏବଂ ସେବେଠାରୁ ଭାରତର ସର୍ବ ବୃହତ୍ ସଙ୍ଗଠନ ରେଲ କର୍ମଚାରୀ ସଂଠଗନ ପାଳନ କରି ଆସୁଛି ଓ ଶ୍ରମିକ ମାନଙ୍କୁ ସମୟାନୁକ୍ରମେ ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ଈଷ୍ଟ୍ କୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ବାରା ଆୟୋଜିତ ବିଶ୍ୱ ଶ୍ରମିକ ଦିବସ ୨୦୨୩ ପାଳନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ଯୋନାଲ୍ ସାଧାରଣ ସମ୍ପାଦକ ପ୍ରଦୀପ ପାଟଶାହାଣି ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଷ୍ଟକୋଷ୍ଟ ରେଲୱେ ଯୋନାଲ ମ୍ୟାନେଜର ମନୋଜ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଅନ୍ୟତମ ଓ ସମ୍ମାନୀତ ଅତିଥି ଭାବେ ପିସିପିଓ ଟି କେ ମଣ୍ଡଲ, ପ୍ରିନଷ୍ପଲ୍ ଫାଇନାନସିଆଲ ଅଫିସର ଆର୍ ଏସ ମିତ୍ର,ପିସିଓଏମ୍. ୱାଇ ଏନ୍ ବାବୁ,ପିସିଏମ୍ଇ. ବିଶ୍ୱଜିତ୍ ମାଇତ୍ରା,ପିସିଇ. ଏନ୍ ଏସ ୱିକେ,ପିସିଏମଡି. ଡି ରାମା ରାଓ,ପିସିପିଏମ୍. ଭି ଆର୍ ଲେନିନ,ପିସିଏମ୍ଏମ୍.ପି ବି ନିନାୱେ,ଖୋର୍ଦ୍ଧାରୋଡ଼ ଡି ଆର ଏମ୍ ରିଙ୍କେଶ ରାୟ, ସିନିଅର ଡିପିଓ ଖୋର୍ଦ୍ଧାରୋଡ଼ ରଞ୍ଜନ ମହାନ୍ତି ପ୍ରମୁଖ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡିଭିଯିନାଲ କୋ ଅର୍ଡି ନେଟର ରଞ୍ଜିତ ଦାସ ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ । ସୁଚନା ଥାଉ କି ଉକ୍ତ କାର୍ଯ୍ୟକ୍ରମରେ ଇଷ୍ଟ କୋଷ୍ଟ ଜୋନ ର ଅନେକ ଅବସର ପ୍ରାପ୍ତ ଶ୍ରମିକ ନେତାଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା.
