୨ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ବରିଷ୍ଠ ଶିକ୍ଷାବିତ୍, ସମାଜସେବୀ, କଳା ଓ ସଂସ୍କୃତି ପ୍ରେମୀ, ସଫଳ ଅଭିନେତା ତଥା ଏକ ଦରଦୀ ହୃଦୟର ବନ୍ଧୁ, ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ତଥା ଡ.ଏ.ଭି. ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ୫୪ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ସଂଘର ସାଂସ୍କୃତିକ ସଂପାଦକ ବଟ କୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ, ସଭ୍ୟ ଗଦାଧର ରଥ, କୁମର ବାରିକ, ମଦନ ପୃଷ୍ଟି, ନିରଞ୍ଜନ ସାହୁ, ଅର୍ଜୁନ ଦେହୁରୀ, ପ୍ରକାଶ ଚନ୍ଦ୍ର ସାହୁ ଓ ଗୋବିନ୍ଦ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଜନ୍ମଦିନର କେକ୍ କାଟିବା ସହ ପାରମ୍ପାରିକ ଉରୀୟ, ପୁଷ୍ପଗୁଚ୍ଛ ଓ ଉପହାର ଦେଇ ଶୁଭେଚ୍ଛା ଜ୍ଞାପନ କରି ତାଙ୍କର ସୁଖ ନିରାମୟ ଜୀବନ କାମନା କରିଥିଲେ । 
ପ୍ରକାଶ ଥାଉକି ଡ. ପ୍ରକାଶ ୧୯୯୪ ମସିହାରୁ ସ୍ଥାନୀୟ ଅଳର ଯୁବଗୋଷ୍ଠିକୁ ଏକତ୍ରିତ କରି ଏହି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗଠନ କରି ସମାଜସେବା, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ଜନ ଜାଗରଣ ସୃଷ୍ଟି କରି ଓଡିଶାର ବିଭିନ୍ନ ପ୍ରାନ୍ତରେ ଏକ ସ୍ୱତନ୍ତ ପରିଚୟ ସୃଷ୍ଟି କରିପାରିବା ସହ ଦୁଃଖିରଙ୍କିଙ୍କ ସେବା ତଥା ସେମାନଙ୍କ ସୁଖଦୁଃଖରେ ନିଜକୁ ସାମିଲ କରି ଏକ ଦରଦୀ ହୃଦୟର ବନ୍ଧୁ ଭାବେ ଜନମାନସରେ ପରିଚିତ ହୋଇପାରିଛନ୍ତି । ଏଥିସହ ୧୯୯୫ ମହିହାଠାରୁ ଡି.ଏ.ଭି. ବିଦ୍ୟାଳୟ ସମୁହରେ କାର୍ଯ୍ୟ ଆରମ୍ଭ କରି ନିଜ କର୍ମକ୍ଷେତ୍ରରେ ମଧ୍ୟ ଏକ ଛାତ୍ରବତ୍ସଳ ଶିକ୍ଷକ ଭାବେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ବିଭିନ୍ନ ରଂଗମର ବିଭିନ୍ନ ଭୂମିକାରେ ନିଖୁଣ ଅଭିନୟ କରି ଏକ ସଫଳ ଅଭିନେତା ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଉକ୍ତ ଅସରରେ ଏହିପରି ଏକ ବହୁମୁଖୀ ପ୍ରତିଭାଧାରୀଙ୍କ ଜନ୍ମ ଦିବସ ପାଳନ କରି ଆମେ ଗୌରବାନ୍ୱିତ ଏବଂ ଶିକ୍ଷା, କଳା, ସଂସ୍କୃତି ଓ ପରମ୍ପରା ବଜାୟ ରଖି ତାଙ୍କ ଜୀବନ ସମାଜ କଲ୍ୟାଣରେ ଉତ୍ସର୍ଗୀକୃତ ହେଉ ବୋଲି ସଂଘର ସଭ୍ୟବୃନ୍ଦ ମତବ୍ୟକ୍ତ କରିଥିଲେ । ଅଳର ବୁଦ୍ଧିଜୀବି, ଜନପ୍ରତିନିଧି ଓ ଶୁଭେଚ୍ଛୁବୃନ୍ଦ ଡ. ପ୍ରକାଶଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ଆଗାମୀ ପିଢି ପାଇଁ ତାଙ୍କ ଜୀବନ ପ୍ରେରଣାଦାୟୀ ହେଉ ବୋଲି ମତବ୍ୟକ୍ତ କରିଛନ୍ତି । ଡ. ପ୍ରକାଶ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ସମାଜ କଲ୍ୟାଣ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

